ଝାରସୁଗୁଡା ଵାଲଜୋରିରେ ନିର୍ମାଣଧୀନ ଥିବା ନୂତନ ବସଷ୍ଟାଣ୍ଡ ଏବଂ ବେହେରାମାଲରେ ନିର୍ମାଣଧୀନ ଥିବା କମ୍ୟୁନିଟି ହଲର ଆଜି ତଦାରଖ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ l ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଭୟ ସ୍ଥାନକୁ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ଓ ମାନର ତଦାରଖ କରିଛନ୍ତି l ଏହି ଅତ୍ୟାଧୁନିକ ନୂତନ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବାପରେ ଝାରସୁଗୁଡାବାସୀ ବହୁ ମାତ୍ରାରେ ଉପକୃତ ହୋଇ ପରିବେ l
ଏହାକୁ ଜିଲ୍ଲା ବସଟାଣ୍ଡ କରାଯିବାସହ ପୁରୁଣା ବସଷ୍ଟାଣ୍ଡକୁ ସିଟି ବସଟାଣ୍ଡ ଭାବରେ କାର୍ଯ୍ୟକ୍ଷମ କରାଯିବ l ଅନ୍ୟପଟେ ନିର୍ମାଣଧୀନ ଥିବା କମ୍ୟୁନିଟି ହଲକୁ ଝାରସୁଗୁଡା ଜିଲ୍ଲାର ସର୍ବବୃହତ କମ୍ୟୁନିଟି ହଲ ଭାବରେ ତିଆରି କରାଯାଉଛି l ଯେଉଁଥିରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରାଯାଇପାରିବ l କରୋନା ଯୋଗୁଁ ଉଭୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧିମେଇ ଯାଇଛି l ତେବେ ଖୁବ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ଏବଂ ଏହା ଝାରସୁଗୁଡା ନୂତନ ନିର୍ମାଣର ଅଂଶ ବିଶେଷ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି l
0 Comments