ଝାରସୁଗୁଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ସ୍ତରିୟ ପ୍ରବନ୍ଧ ଲିଖନ, ବିତର୍କ, ଚିତ୍ରାଙ୍କନ ଏବଂ ବ୍ୟଙ୍ଗନାଟକ ପ୍ରତିଯୋଗିତା ଅନୁଷ୍ଠିତ

 
ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣଙ୍କ ନିଦ୍ଦେର୍ଶ କ୍ରମେ ଝାରସୁଗୁଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ବିକଲ୍ପ ବିବାଦ ସମାଧାନ କେନ୍ଦ୍ର ଠାରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଥିବା ଆଇନ୍ ସାକ୍ଷରତା କ୍ଲବ ଗୁଡିକର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, ବିତର୍କ, ଚିତ୍ରାଙ୍କନ ଏବଂ ବ୍ୟଙ୍ଗନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପୋକ୍ସୋ ଝାରସୁଗୁଡ଼ା ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ମଦନଲାଲ ଖେଡିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବ୍ୟଙ୍ଗନାଟକ ପ୍ରତିଯୋଗିତାକୁ ବରିଷ୍ଠ ଦେୱାନି ଜଜ୍ (ଏଲ୍.ଆର) ଶ୍ରୀମତୀ ସୁନନ୍ଦା ସାହୁ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ସୁଶ୍ରୀ ନେହା ଦାସ ଓ କଳାକାର ଶ୍ରୀ ଗଙ୍ଗାଧର ବେହେରା ମୁଲ୍ୟାଙ୍କନ କରିଥିଲେ । ସେହିପରି ପ୍ରବନ୍ଧ ଲିଖନ ପ୍ରତିଯୋଗିତାକୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶ୍ରୀମୟୀ ନନ୍ଦ ଓ ପ୍ରସନ୍ନ ପଣ୍ଡା ଆଇନ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ବିନୟ କୁମାର ଶର୍ମା ମୁଲ୍ୟାଙ୍କନ କରିଥିଲେ, ବିତର୍କ ପ୍ରତିଯୋଗିତାକୁ ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନି ପଟେଲ ଓ ଡେପୁଟି କଲେକ୍ଟର (ଆପାତକାଳୀନ) ଶ୍ରୀମତୀ ନିବେଦିତା ପ୍ରଧାନ ମୁଲ୍ୟାଙ୍କନ କରିଥିଲେ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାକୁ ଉପଖଣ୍ଡ ସ୍ତରିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଦିବ୍ୟସଚି ବେହେରା ଓ ସାମାଜିକ କାର୍ଯ୍ୟକର୍ତା ରେଣୁ ତିୱାରୀ ମୁଲ୍ୟାଙ୍କନ କରିଥିଲେ

ବ୍ୟଙ୍ଗନାଟକ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ା ଓ ସରକାରୀ ବାଲିକା ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ପ୍ରବନ୍ଧ ପ୍ରତିଯୋଗିତାରେ ସରକାରୀ ବାଲିକା ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ାର ଛାତ୍ରୀ ନିବେଦିତା ସାହୁ ପ୍ରଥମ, ପଂଚାୟତ ଉଚ୍ଚ ବିଦ୍ୟାଳୟ ବଡମାଲର ଛାତ୍ରୀ ସଂଜନା ଭୁୟାଁ ଦ୍ୱିତୀୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ାର ଛାତ୍ର ପ୍ରଭାତ ସେଠି ତୃତୀୟ, ବିତର୍କ ପ୍ରତିଯୋଗିତାରେ ସରକାରୀ ବାଲିକା ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ାର ଛାତ୍ରୀ ଶୁଶ୍ରୀ ମହାନ୍ତି ପ୍ରଥମ, ଆର୍. ଏମ୍. ପି. ଏସ୍ ଉଚ୍ଚ ବିଦ୍ୟାଳୟ ବାଗଡିହିର ଛାତ୍ରୀ ଅଦିତି ବାଘ ଦ୍ୱିତୀୟ, ସରକାରୀ ଉଚ୍ଚ ବିଦ୍ୟାଳୟ ତାଲପଟିଆର ଛାତ୍ରୀ ଦିପିକା ଚଇନି ତୃତୀୟ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ ଝାରସୁଗୁଡ଼ାର ଛାତ୍ର ସୁରଜ କୁମାର ଶର୍ମା ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ କୋଲାବିରାର ଛାତ୍ରୀ ଅଲବିତା ବାଦୀ ଦ୍ୱିତୀୟ, ଏଲ.ପି.ଏସ.ଡି ଉଚ୍ଚ ବିଦ୍ୟାଳୟ ଅଇତାପାଲିର ଛାତ୍ରୀ ଶିବାନି ମେହେର ତୃତୀୟ ସ୍ଥାନ ଅଧିକାର କରିଥିଲେ । କନିଷ୍ଠ ଦେୱାନି ଜଜ୍ ଶ୍ରୀମତୀ ରୋଶନିବାଳା ସେନାପତିି ଅତିଥି ଭାବରେ ଉପସ୍ଥିତ ଥିଲେ । ଶେଷରେ କୃତି ପ୍ରତିଯୋଗୀ ଓ ବିଦ୍ୟାଳୟମାନଙ୍କୁ ଟ୍ରଫି ଓ ମାନପତ୍ର ଅତିଥି ମାନଙ୍କ କରକମଳରେ ପ୍ରଦାନ କରାଯାଇଥିଲା ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done