ଝାରସୁଗୁଡ଼ାରେ ପାଞ୍ଚ ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଜିଲ୍ଲାପାଳମାନଙ୍କୁ ଶିଳ୍ପବିକାଶ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ।


ଝାସୁଗୁଡ଼ାରେ ପାଞ୍ଚ ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଜିଲ୍ଲାପାଳମାନଙ୍କୁ ଶିଳ୍ପବିକାଶ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ ପ୍ରତାପ କେଶରୀ ଦେବ।ରାଜ୍ୟରେ ଶିଳ୍ପର ବିକାଶ ପାଇଁ ପ୍ରଚୁର ସମ୍ଭାବନା ରହିଛି । ରାଜ୍ୟର ଅର୍ନୀତିକୁ ଆଗେଇ ନେବାକୁ ହେଲେ ଶିଳ୍ପାୟନ ଉପରେ ଗୁରୁତ୍ୱ ଦେବା ଏକାନ୍ତ ଅବଶ୍ୟକ । ଶିଳ୍ପପତିମାନେ ଏଥି ପାଇଁ ସଚେତନ ହେବା ସହ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି । ଜନସାଧାରଣଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନର  ଆବଶ୍ୟକତା ରହିଛି ବୋଲି ଶିଳ୍ପ , ଏମ୍ ଏସ୍ ଏମ୍ ଇ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଉଲ୍ଲେଖ କରିବା ସହ ସକାରାତ୍ମକ ଆଲୋଚନା କରିବାକୁ ଆହ୍ୱାନ ଦେଇଛନ୍ତି । ଶିଳ୍ପର ଅଭିବୃଦ୍ଧି ସକାଶେ ଆବଶ୍ୟକତା ଅନୁଯାୟୀ ନୀତିରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଝାରସୁଗୁଡା ଜିଲ୍ଲା ଖଣିଜ ପାଣ୍ଟି ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ଝାରସୁଗୁଡ଼ା , ସମ୍ବଲପୁର,ବରଗଡ଼ , ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ର ଅଧିକାରୀ ଓ କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା ସମୟରେ ସରକାରଙ୍କ ଶିଳ୍ପ ନୀତି ସମ୍ପର୍କରେ  ଭଲ ଭାବରେ ଜାଣିବାକୁ ପରାମର୍ଶ ଦେଇ ଶିଳ୍ପ ପ୍ରତିଷ୍ଠା ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ସ୍ଥାନୀୟ ଉଦ୍ୟୋଗ କିପରି ଆଗକୁ  ଅଧିକ ବଢିବ ସେ ଦିଗରେ କାର୍ଯ୍ୟ କରାଯାଉଛି । ଝାରସୁଗୁଡ଼ା ରେ ବିମାନ ବନ୍ଦର ପ୍ରତିଷ୍ଠା ପରେ ଜିଲ୍ଲାର ଗୁରୁତ୍ୱ ବୃଦ୍ଧି ପାଇଥିବାର ସେ ଉଲ୍ଲେଖ କରିଥିଲେ ।  ବିଭିନ୍ନ ଜିଲ୍ଲାରେ ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିଆଲ ପ୍ରମୋସନ ଏଜେନ୍ସି (ଦିପା) ମାଧ୍ୟମରେ ଶିଳ୍ପଦ୍ୟୋଗ ସହିତ ଜଡିତ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବାର କହିଥିଲେ ।


ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟର ଶିଳ୍ପାୟନରେ ଶିଳ୍ପାନୁଷ୍ଠାନ ଗୁଡିକର ସହଯୋଗ ଉପରେ ଗୁରୁତ୍ୱାରୋପ କରିବା ସହ ସକାରାତ୍ମକ ଚିନ୍ତାଧାରା ନେଇ କାର୍ଯ୍ୟ କଲେ ଉନ୍ନତି ସମ୍ଭବ ବୋଲି କହିଥିଲେ । ଶିଳ୍ପାନୁଷ୍ଠାନର କର୍ମକର୍ତ୍ତା ମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । କାର୍ଯ୍ୟକ୍ରମରେ ଟିପିଡବ୍ଲ୍ୟୁଓଡିର ମୁଖ୍ୟ ନିର୍ବାହୀ ଅଧିକାରୀ ଗଜେନ୍ଦ୍ର କାଲେ ଉପସ୍ଥିତ ଥିଲେ । ଇପିକଲ୍ ପରିଚାଳକ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ସମେତ ସମ୍ବଲପୁର , ବରଗଡ଼ , ଦେବଗଡ ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଧନ୍ୟବାଦ ଅର୍ପଣ କରିଥିଲେ । 

ଅପରାହ୍ଣରେ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇ ଜିଲ୍ଲା ମାନଙ୍କରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ଉଦ୍ୟୋଗୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଓ  ସମୟୋଚିତ ସହଯୋଗ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ନିଜ ନିଜ ଜିଲ୍ଲାରେ ଶିଳ୍ପକୁ ଆଗକୁ ନେବା ପାଇଁ ଜିଲ୍ଲାପାଳମାନେ ଏ ଦିଗରେ ଅଧିକରୁ ଅଧିକ ଅନୁଶୀଳନ କରିବା ସହ ତଥ୍ୟ ଉପସ୍ଥାପନ ପାଇଁ କହିଥିଲେ । ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ , ଇପିକଲ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପୁନିଆ , ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ , ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ , ସୁନ୍ଦରଗଡ଼ ଜିଲ୍ଲାପାଳ ଗାଭାଲି ପରାଜ ହର୍ଷଦ, ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ , ଦେବଗଡ଼ ଜିଲ୍ଲାପାଳ ସୋମେଶ  କୁମାର ଉପାଧ୍ୟାୟ , ଶିଳ୍ପ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଜୟ କୁମାର ସ୍ୱାଇଁ , ଟାଟା ପାୱାର ପଶ୍ଚିମାଞ୍ଚଳ ମୁଖ୍ୟ ନିର୍ବାହୀ ଅଧିକାରୀ   ଶ୍ରୀ କାଲେଙ୍କ ସମେତ  ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done