ଯୁଗ୍ମ ଜନ ଅଭିଯୋଗ ଶିବିର ଅନୁଷ୍ଠିତ

 
ଲଇକେରା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ  ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ ୩୩ଗୋଟି ଅଭିଯୋଗ ଶୁଣାଣି ହୋଇଛି । ଏଥି ମଧ୍ୟରୁ ପାଞ୍ଚଟି ସାମୁହିକ ଓ ୨୮ଟି ବ୍ୟକ୍ତିଗତ । ରେଙ୍ଗାଲବେଡ଼ା ଗ୍ରାମରେ ନିର୍ମାଣାଧୀନ ମାର୍କେଟୟାର୍ଡ କାର୍ଯ୍ୟ ସମ୍ପନ୍ନ , ଭୁଲିଆଡିହି ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ , ରଙ୍ଗିଆଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମରାମତି , ନିକ୍ତିମାଲରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣ ଓ ମୂରଲିପାଲିଠାରେ ଇଲେଭେନ୍ କେଭି ତାର ସ୍ଥାନାନ୍ତରଣ  ସମ୍ପର୍କିତ ପାଞ୍ଚଟି ସାମୁହିକ ଅଭିଯୋଗର ଶୁଣାଣି କରାଯାଇଥିଲା । ସେହିପରି ଜମିଜମା ବିବାଦ, ପାରିବାରିକ ବିବାଦ , ରାସନ କାର୍ଡ଼ ଯୋଗାଣ , ପ୍ରଧାନମନ୍ତ୍ରୀ ଫସଲ ବୀମା କାର୍ଡ଼ , ଥଇଥାନ ନୀତି ଅନୁସାରେ ଚାକିରୀ ଓ ଚିକିତ୍ସା ପାଇଁ ଆର୍ଥିକ ସହାୟତା  ସମ୍ପର୍କିତ ୨୮ଟି ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା

ଶିବିରରେ ମଧୁବାବୁ ପେନସନ ଯୋଜନାରେ ଜଣକୁ ବିଧବା ଭତ୍ତା , ଜଣେ ଭିନ୍ନକ୍ଷମଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ, ଚିକିତ୍ସା ସହାୟତା ବାବଦକୁ ରେଡକ୍ରସ୍ ପାଣ୍ଠିରୁ ଜଣକୁ ଦୁଇ ହଜାର ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣକୁ ୨୦ହଜାର ଓ ଜଣକୁ ୨୫ହଜାର ଟଙ୍କା ପ୍ରଦାନ କରାଯାଇଛି ।   ଅଭିଯୋଗ ଗୁଡ଼ିକ ସମ୍ପର୍କରେ ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଶୁଣାଣି ହୋଇଥବା ଅଭିଯୋଗଗୁଡ଼ିକ ସମ୍ପର୍କରେ ସମୀକ୍ଷା କରି ସମାଧାନ ହୋଇ ନଥିବା ଅଭିଯୋଗଗୁଡିକ ସମ୍ପର୍କରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଜନ ଅଭିଯୋଗ ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ ମୁଖ୍ୟ  ନିର୍ବାହୀ ଅଧିକାରୀ ତପିରାମ ମାଝୀ , ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ ସି ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ  , ଗୋଷ୍ଠୀ ଉନ୍ନୟନ ଅଧିକାରୀ  , ଡେପୁଟି କଲେକ୍ଟର ନିବେଦିତା ପ୍ରଧାନ , ଆସିଷ୍ଟାଣ୍ଟ କଲେକ୍ଟର କିଶୋର ସାହୁ ,  ଜିଲ୍ଲା ତଥା ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done