ଆଜି ହେଉଛି ସ୍ଵାଧୀନତା ଦିବସ । ସାରା ଦେଶ ଆଜି ୭୬ ତମ ସ୍ବାଧିନତା ଦିବସ ପାଳନ କରୁଛି । ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସର ରେ ସାରା ଦେଶ ରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ମଧ୍ୟ ପାଳନ କରାଯାଇଛି । ତେବେ ଏହି ତ୍ରିରଙ୍ଗା ଯାତ୍ରା ଆଜି ଶେଷ ହୋଇଛି ଏବଂ ସାରା ଦେଶ ରେ ଆଜାଦି ଟା ଉତ୍ସବ ପାଳନ କରାଯାଉଛି ।ତେବେ ଝାରସୁଗୁଡ଼ା ଜିଲ୍ଲା ରେ ମଧ୍ୟ ଆନନ୍ଦ ଉଲ୍ଲାସ ର ସହିତ ଆଜି ୭୬ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଝାରସୁଗୁଡ଼ା ସରବାହାଲ ସ୍ଥିତ ମନମୋହନ ପଡିଆ ଠାରେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ ଜିଲ୍ଲାପାଳ ସରୋଜ କୁମାର ସାମଲ।
ତେବେ ବର୍ତ୍ତମାନ ପରିସ୍ଥିତି କୁ ନଜର ରେ ରଖି ଏ ବର୍ଷ ପ୍ରଭାତ ଫେରି ଓ ପ୍ୟାରେଡ୍ କାର୍ଯ୍ୟକ୍ରମ କୁ ସ୍ଥଗିତ ରଖାଯାଇଥିଲା ।ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ଅବସର ରେ ନିଜର ଅଭିଭାଷଣ ରଖିଥିଲେ । ଜିଲ୍ଲା ପାଇଁ କାର୍ଯ୍ୟକାରୀ ହେଉଥିବା ଅନେକ ଯୋଜନା ବିଷୟରେ କହିଥିଲେ ।ସ୍ଵାଧୀନତା ପାଳନ ର ଏହି ପବିତ୍ର ଦିବସ ରେ ଜିଲ୍ଲାପାଳ ଙ୍କ ସହିତ ଝାରସୁଗୁଡ଼ା ଏସପି ରାହୁଲ ଜୈନ ମଧ୍ୟ ଉପସ୍ଥିତ ଥିଲେ ।ତେବେ ସ୍ଵାଧୀନତା ଦିବସ ସହିତ ସାରା ସହରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ବହୁତ୍ ଧୁମ୍ ଧାମ ରେ ପାଳନ କରିଥିଲେ ସହରବାସୀ ।
0 Comments