ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଝାଡାବାନ୍ତି ବ୍ୟାପିଥିବା ଅଂଚଳ ପିଥିଣ୍ଡା ଓ ବାଦିମାଲ ଗ୍ରାମ ଆଜି ପରିଦର୍ଶନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ l ଲୋକଙ୍କ ସହ ଆଲୋଚନା କରିବାସହ ସ୍ଥିତି ପରଖିଛନ୍ତି ମନ୍ତ୍ରୀ l ଏହାସହ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବାଦିମାଲ ଗ୍ରାମର ପ୍ରିୟଙ୍କା ପଧାନଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ସମଵେଦନା ଜଣାଇଛନ୍ତି l ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମ ଗୁଡିକରେ କେମ୍ପ କରାଯାଇ ଚିକିତ୍ସା ଓ ସଚେତନତା କରା ଯାଉଛି l ଏହାସହ ଆକ୍ରାନ୍ତ ମାନଙ୍କୁ ଚିକିତ୍ସାଳୟରେ ଭର୍ତି କରାଯାଇଛି l ଏବଂ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି l ପ୍ରକାଶ ଯୋଗ୍ୟ ଯେ, ପିଥିଣ୍ଡା ଗ୍ରାମରେ 68 ଜଣ, ବାଦିମାଲ ଗ୍ରାମରେ 19 ଜଣ ଓ ଖୋଲଜାମକାନି ଗ୍ରାମରେ 16 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ତେବେ CDMO କହିଛନ୍ତି ଏହି ଗାଁ ଅଞ୍ଚଳରେ ପୋଖରୀରୁ ଜଳ ନମୁନା ସଂଗ୍ରହ କରାଯାଇଛି ଏବଂ 9 ରୁ 6 ଟି ପୋଖରୀ ପାଣି ଖରାପ ଥିବା ଜଣା ପଡ଼ିଛି, ଏହା ମଧ୍ୟ ଡାଇରିହା ବ୍ୟାପିବାର ଏକ କାରଣ ହୋଇପାରେ ତେବେ ସ୍ୱଷ୍ଟ ରିପୋର୍ଟ 3 ଦିନ ପରେ ଆସିବ ବୋଲି ଜଣାପଡିଛି। ତେବେ ଏଠାରେ ମେଡିକାଲ କେମ୍ପ ଲଗାଯାଇଛି। ଏବେ ମଧ୍ୟ ହସ୍ପିଟାଲ ରେ କିଛି ଆକ୍ରାନ୍ତ ଥିବା CDMO କହିଛନ୍ତି ତଥା ଏବେ ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା CDMO ସୂଚନା ଦେଇଛନ୍ତି । ବାଦିମାଲ୍ ଗ୍ରାମ ପଞ୍ଚାୟତରେ ବ୍ୟାପିଥିବା ଝାଡାବାନ୍ତିର ସ୍ଥିତି ଅନୁଧ୍ୟାନ ପାଇଁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଏବଂ ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ପରିଦର୍ଶନ କରିଥିଲେ। ପ୍ରଭାବିତ ପରିବାର ଏବଂ ସ୍ଥାନୀୟ ଜନସଧାରଣଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ପରିଦର୍ଶନ ସମୟରେ ଲଖନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ହିତେଶ୍ଵରୀ ତିହିରିଆ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଅକ୍ଷୟ ସାହୁ, ବିଜେଡିର ବ୍ଲକ ସଭାପତି ଶ୍ରୀ ରବିରତ୍ନ ପ୍ରଧାନ, ପିଣ୍ଟୁ ପାଢ଼ୀ , ବିଶ୍ୱନାଥ ତ୍ରିପାଠୀ,ବିଜେଡି ଉପସଭାପତି ରୋହିତ ପ୍ରଧାନ, ବରିଷ୍ଠ ନେତା ଗୌତମ ପ୍ରଧାନ, କୁଶାସନ ପ୍ରଧାନଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
0 Comments