ଗତ ୨୬ ତାରିଖ ଓରୀଏଣ୍ଟ ଥାନା ଅଞ୍ଚଳ ରୁ ଏକ ଟ୍ରକ୍ ଚୋରି ମାମଲା ରେ ବିହାର ରାଜ୍ୟ ର ମାଧୋପୁର ଥାନା ବୋଥନା ଗାଁ ର ଇନ୍ଦ୍ରଜିତ ସାହାଣୀ ନାଁ ର ଜଣେ ଯୁବକ କୁ ଓରୀଏଣ୍ଟ ପୋଲିସ୍ ଦ୍ଵାରା ଗିରଫ କରାଯାଇ କୋର୍ଟ ହାଜର ପରେ ତାଙ୍କୁ ଜେଲ୍ ହାଜତ କୁ ପଠାଇ ଦିଆଯାଇଥିଲା । ବେତେ ବନ୍ଦୀ ଇନ୍ଦ୍ରଜିତ ଗତ ୨୭ ତାରିଖ ରେ ଝାରସୁଗୁଡ଼ା ଉପ କାରାଗାର ରେ ଅସୁସ୍ଥ ହୋଇ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ସଦର ଡ଼ାକ୍ତରଖାନା କୁ ପଠାଯାଇଥିଲା
ଡାକ୍ତରଖାନା ରେ ଜେନେରାଲ ୱାର୍ଡ ରେ ଇନ୍ଦ୍ରଜିତ ର ଚିକିତ୍ସା ଚାଲିଥିଲା ।ଏହି ସମୟରେ ସେ ସୁଯୋଗ ପାଇ ବିଳମ୍ବିତ ରାତ୍ରୀରେ ଚମ୍ପଟ ମାରିଥିଲେ । ତେବେ ସେହି ସମୟ ରେ ସଂପୃକ୍ତ ବନ୍ଦୀଙ୍କୁ ଜଗିବା ପାଇଁ ଜେଲର ୱାର୍ଡର କିରଣ କୁମାର ଯୋଶୀ ଡ୍ୟୁଟିରେ ଥିଲେ । ଯେହେତୁ କିରଣ କୁମାର ଯୋଶୀ ଡ୍ୟୁଟି ରେ ଥିଲେ ତାଙ୍କୁ ଜେଲ୍ ଅଧିକ୍ଷକ ନିଲମ୍ବିତ କରିଛନ୍ତି ।ୱାର୍ଡ ରେ ରାତି ଡ୍ୟୁଟି ରେ ଶ୍ରୀ ଯୋଶୀ ଥିବାରୁ ତାଙ୍କୁ ଏଥିପାଇଁ ଦାୟୀ କରାଯାଇ ତାଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜେଲ୍ ଅଧିକ୍ଷକ ଏଲ୍ କେ ଧାଙ୍ଗଡ଼ା କହିଛନ୍ତି ।
ତେବେ ଜେଲ୍ ରୁ ଫେରାର ମାରିଥିବା କଏଦୀ ପାଇଁ ଅଡ଼ୁଆ ରେ ପଡ଼ିଛି ଜେଲ୍ ପ୍ରଶାସନ । ବନ୍ଦୀ ଇନ୍ଦ୍ରଜିତ ସାହାଣୀ କୁ ପୋଲିସ୍ ଖୋଜାଖୋଜି କରୁଛି କିନ୍ତୁ ଏଯାଏଁ ଇନ୍ଦ୍ରଜିତ ର କୌଣସି ଖବର ମିଳିପାରି ନାହିଁ ବୋଲି ଜେଲ୍ ଅଧିକ୍ଷକ ଏଲ କେ ଧାଙ୍ଗଡ୍ କହିଛନ୍ତି ।
0 Comments