ଝାରସୁଗୁଡାରେ ଝାଡାବାନ୍ତି ହଇଜା ଆତଙ୍କ।

ଝାରସୁଗୁଡ଼ା ଜିଲ୍ଲା ରେ ଘଟିଛି ଏକ ଅଭାବନୀୟ ଘଟଣା । ଝାଡାବାନ୍ତି ରେ ବାପ ପୁଅ ଙ୍କ ମୃତ୍ୟୁ ।

ଗୋଟିଏ ପରିବାର ରୁ ପୁଅ ର ମୃତ୍ୟୁ ପରେ ବାପା ର ମୃତ୍ୟୁ ହେବା ହୃଦୟ ଫାଟିଲା ଭଳି ଘଟଣା ଘଟି ଯାଇଛି ଜିଲ୍ଲା ରେ । ପରିବାର ଯେମିତି ଅନାଥ ହୋଇସାରିଛି । ଘରୁ କାନ୍ଦିବା ର ସ୍ୱର ବଢ଼ିଚାଲିଛି । ଝାରସୁଗୁଡ଼ା ଜିଲ୍ଲା ର ୧୩ ନମ୍ବର୍ ୱାର୍ଡ ଦେବାଡିହି ଗ୍ରାମ ରେ ଝାଡାବାନ୍ତି ର ପ୍ରକୋପ ଆରମ୍ଭ ହୋଇଛି ।ଏହି ପ୍ରକୋପ ଦୁଇ ଜଣଙ୍କ ଜୀବନ ନେଇ ସାରିଲାଣି । ମୃତକ ଦୁଇ ଜଣ ହେଉଛନ୍ତି ଅକ୍ରୁର ପ୍ରଧାନ ଏବଂ ଅନ୍ୟ ଜଣେ ହେଉଛନ୍ତି ଅକ୍ରୁର ଙ୍କ ବାପା ଶ୍ରୀପ୍ରସାଦ ପ୍ରଧାନ । ଏପରି ଗୋଟିଏ ପରିବାର ରୁ ଦୁଇ ଜଣ ବାପା ପୁଅ ର ମୃତ୍ୟୁ ହେବା ଏକ ହୃଦୟ ବିଦାରକ ଦୃଶ୍ୟ ଏବେ ଦେବାଡିହି ଠାରେ ଦେଖିବାକୁ ମିଳୁଛି । ତେବେ ଏହି ଅଞ୍ଚଳ ରେ ଝାଡାବାନ୍ତି ର ପ୍ରଭାବ ଦେଖାଦେଇଛି । ଦୁଇ ଜଣଙ୍କ ମୃତ୍ୟୁ ହୋଇସାରି ଥିବା ବେଳେ ଆହୁରି ଅନେକ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଭର୍ତି ଅଛନ୍ତି । ତେବେ ଅକ୍ରୁର ଙ୍କ ଗୁରୁବାର ରାତିରେ ଚିକିତ୍ସାଧିନ ଅବସ୍ଥା ରେ ମୃତ୍ୟୁ ଘଟିଥିଲା ।

ପୁଅ ର ଦାହା ସଂସ୍କାର ପରେ ପିତା ଶ୍ରୀପ୍ରସାଦ ମଧ୍ୟ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇଥିଲେ । ଗତ ରାତିରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା ।ଘର ର ଏପରି ଦୁଇ ଜଣଙ୍କ ପରେ ପରିବାର ସହିତ ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପରିବାର ଲୋକ ଙ୍କ ଆଖି ରୁ ଆଉ ଲୁହ ଶୁଖିବାର ନାଁ ନାହିଁ ।ଅନ୍ୟପଟେ ଏହି ଅଞ୍ଚଳ ର ଲିଟିପଡ଼ା, ପାନ୍ନପଡା ଓ ବାଇଦପଡା ର ପ୍ରାୟ ୧୦ ରୁ ୧୫ ଜଣ ଏହି ଝାଡାବାନ୍ତି ରେ ଆକ୍ରାନ୍ତ ହୋଇଥିବା ୫/୭ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।ତେବେ ଏଠାକୁ ଆଶାକର୍ମୀ ତଥା ଡାକ୍ତରୀ ଟିମ୍ ପହଂଚି ପରିସ୍ଥିତି ର ଯାଞ୍ଚ ଆରମ୍ଭ କରି ସାରିଛନ୍ତି ।ତେବେ ଚିକିତ୍ସାଳୟ ରେ ବାପା ପୁଅ ର ଚିକିତ୍ସାରେ ଅବହେଳା ଯୋଗୁଁ ଏମାନଙ୍କ ମୃତ୍ୟୁ ହୋଇଥିବା ନେଇ ବାର association ର ସଭାପତି ତଥା ବିଜେପି ନେତା ତ୍ରିନାଥ ଗୁଆଲ ନିଜର ପ୍ରତିକ୍ରିୟା ଦେଇଛନ୍ତି ।


Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done