ଓୟୁଡବ୍ଲୁଜେ ପକ୍ଷରୁ ରାଜ୍ୟସ୍ତରୀୟ ମହା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ଗଣତାନ୍ତ୍ରିକ ବ୍ୟବସ୍ଥା ରେ ସୁସ୍ଥ ସମାଜ ଗଠନ ରେ ଗଣ ମାଧ୍ୟମ ର ଭୂମିକା ଗୁରୁତ୍ୱପୂର୍ଣ୍ଣ।ସାମ୍ବାଦିକ ମାନେ ବାସ୍ତବ ରେ ସମାଜ ର ସୁଦ୍ଧାରକ ଓ ଯୋଦ୍ଧା।ସାମ୍ବାଦିକ ମାନେ ଏକବଦ୍ଧ୍ ହେଲେ ସେମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ହୋଇ ପାରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।ଏହି ଅଧିବେଶନ ରେ ଝାରସୁଗୁଡ଼ା ADM ପ୍ରବୀର୍ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସେ ତାଙ୍କ ବକ୍ତବ୍ୟ ରଖି କହିଥିଲେ ସୂଚନା ପ୍ରଦାନ ଓ ସମାଜ ସଂସ୍କାର କ୍ଷେତ୍ର ରେ ସାମ୍ବାଦିକ ମାନେ ଗୁରୁତ୍ଵ ଦାୟିତ୍ଵ ବହନ କରି ଆସୁଛନ୍ତି। ସରକାର ଓ ଜନ ସାଧାରଣ ଙ୍କ ମଧ୍ୟରେ ସେମାନେ ସେତୁ ଭାବେ କାମ କରୁଛନ୍ତି।ତେବେ ସାମ୍ବାଦିକ ମାନଙ୍କ ର ଯଦିଓ ବିଭିନ୍ନ ସମସ୍ୟା ରହିଛି ତଥାପି ସେମାନେ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରି ଚାଲିଛନ୍ତି।ଏହି ଅବସର ରେ ବରିଷ୍ଠ ସାମ୍ବାଦିକ ଜୀବନ ମହାନ୍ତି,ତପସ୍ୱୀ ଲାଲ୍ ତିଆରି,ଅଜିତ୍ ରଥ,ଗଜେନ୍ଦ୍ର କୁମାର ମହାନ୍ତ,ପ୍ରଶାନ୍ତ କୁମାର ବିଷୋୟୀ ,ତରୁଣ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
0 Comments