ଶିଶୁ ବିବାହ ନିରାକରଣ ଓ କିଶୋର-କିଶୋରୀ ସଶକ୍ତିକରଣ ପାଇଁ ଜିଲ୍ଲା କୌଶଳଗତ କାର୍ଯ୍ୟଯୋଜନା (DSAP) ଉନ୍ମୋଚିତ


 ଶିଶୁ ବିବାହ ନିରାକରଣ ଏବଂ କିଶୋର-କିଶୋରୀଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ 2026- 2029 ଅବଧି ପାଇଁ ପ୍ରସ୍ତୁତ ଜିଲ୍ଲା କୌଶଳଗତ କାର୍ଯ୍ୟଯୋଜନା (District Strategic Action Plan-DSAP) ସମ୍ପର୍କିତ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଡି. ଏମ. ଏଫ. ଅଡିଟରିୟମ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ବିଭିନ୍ନ ବିଭାଗ, ସଂସ୍ଥା ଓ ହିତାଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଶିଶୁ ବିବାହ ରୋକିବା ଏବଂ କିଶୋର-କିଶୋରୀଙ୍କ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା।

କାର୍ଯ୍ୟକ୍ରମର ଆରମ୍ଭରେ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗଡ଼ତିଆ ସ୍ୱାଗତ କରି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞlପନ କରିଥିଲେ l ପରେ ଜିଲ୍ଲା କୌଶଳଗତ କାର୍ଯ୍ୟଯୋଜନା (DSAP) ର ଔପଚାରିକ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟଯୋଜନା ମାଧ୍ୟମରେ ଶିଶୁ ଓ କିଶୋର-କିଶୋରୀଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ବିକାଶକୁ ପ୍ରାଥମିକତା ଦିଆଯାଇଛି l

ଶିଶୁ ସୁରକ୍ଷା ବିଶେଷଜ୍ଞ ଭାବେ ବରିଷ୍ଠ ପରାମର୍ଶଦାତା, ଶିଶୁ ସୁରକ୍ଷା , ୟୁନିସେଫ, ଭୁବନେଶ୍ୱର ଶ୍ରୀଯୁକ୍ତ ଘାସିରାମ ପଣ୍ଡା  ଏବଂ ସହକାରୀ ରାଜ୍ୟ  ସଂଯୋଜିକା, ଅଦ୍ଵିକା ସୁଶ୍ରୀ ଶକୁନ୍ତଳା ଦାଶ  ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ମୁଖ୍ୟ ବିଷୟବସ୍ତୁ ଉପସ୍ଥାପନ କରି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ କାର୍ଯ୍ୟ, ସମସ୍ତ ବିଭାଗ ର ସକ୍ରିୟ ଅଂଶଗ୍ରହଣ, ନିରୀକ୍ଷଣ ବ୍ୟବସ୍ଥା, ରିପୋର୍ଟିଂ ପ୍ରଣାଳୀର ଗୁରୁତ୍ୱ ଏବଂ ସମୀକ୍ଷା ଉପରେ ଆଲୋକପାତ କରିଥିଲେ। UNICEF ଏବଂ ଶିଶୁ ସୁରକ୍ଷା କ୍ଷେତ୍ରର ବିଶେଷଜ୍ଞମାନେ କାର୍ଯ୍ୟଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ କୌଶଳ ଏବଂ ହିତାଧିକାରୀଙ୍କ ଭୂମିକା ସମ୍ପର୍କରେ ମତାମତ ରଖିଥିଲେ।

ଏହି ଅବସରରେ  ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଯୋଗଦେଇ ଶିଶୁ ବିବାହ ମୁକ୍ତ ସମାଜ ଗଠନ ଏବଂ କିଶୋର-କିଶୋରୀଙ୍କ ପାଇଁ ଏକ ସୁରକ୍ଷିତ ଓ ସହାୟକ ପରିବେଶ ସୃଷ୍ଟି ନିମନ୍ତେ ସମସ୍ତ ବିଭାଗ, ଅନୁଷ୍ଠାନ ଓ ସମୁଦାୟର ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମଧୁସିକ୍ତl ମିଶ୍ର ଶିଶୁ ବିବାହ ରୋକିବା ଦିଗରେ ପୋଲିସ ର ଭୂମିକା ବିଷୟରେ ମତାମତ ରଖିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ସହକାରୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ବି. କେ ଦତ୍ତ  ଶିଶୁ ବିବାହ ରୋକିବା ଦିଗରେ ସ୍ୱାସ୍ଥ୍ୟ ବିଭାଗ ର ଗୁରୁତ୍ୱପୂର୍ଣ ଭୂମିକା ରହିଥିବା ବୋଲି ମତବ୍ୟକ୍ତ କରିବା ସହ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା  କରିଥିଲେ l ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷା, ଶିଶୁ ମଙ୍ଗଳ ସମିତି, ଝାରସୁଗୁଡା ସଂଯୁକ୍ତା ମହାପାତ୍ର ବାଲ୍ୟ ବିବାହ ନିରାକରଣ  ଏବଂ କିଶୋର କିଶୋରୀ ସଶକ୍ତିକରଣ କ୍ଷେତ୍ର ରେ ବିଭିନ୍ନ ସକରାତ୍ମକ  ପଦକ୍ଷେପ ବିଷୟରେ ନିଜ ମତବ୍ୟକ୍ତ କରିଥିଲେ l ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଶିଶୁ ବିବାହ ନିରାକରଣ ପାଇଁ ଦିଗରେ  ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବିଭିନ୍ନ ବିଭାଗ ର ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ l

କାର୍ଯ୍ୟକ୍ରମରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଆୟୋଜିତ ହୋଇଥିଲା, ଯେଉଁଥିରେ ଅଂଶଗ୍ରହଣକାରୀମାନେ ନିଜ ଅନୁଭୂତି ବାଣ୍ଟିବା ସହିତ ବିଭିନ୍ନ ଚ୍ୟାଲେଞ୍ଜ ଏବଂ ସେଗୁଡ଼ିକର ସମାଧାନ ନେଇ ମତାମତ ପ୍ରଦାନ କରିଥିଲେ। ବିଭିନ୍ନ ବିଭାଗର ପ୍ରତିନିଧିମାନେ ନିଜ ନିଜ ଦାୟିତ୍ୱ ଓ ଭୂମିକା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।

ଶେଷରେ ମୁକ୍ତ ଆଲୋଚନା ଓ ମତବିନିମୟ ମାଧ୍ୟମରେ ସମସ୍ତ ଅଂଶଗ୍ରହଣକାରୀ ଜିଲ୍ଲା କୌଶଳଗତ କାର୍ଯ୍ୟଯୋଜନାର ଲକ୍ଷ୍ୟ ପୂରଣ ପାଇଁ ନିଜର ଦୃଢ଼ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ।    ପ୍ରୋଗ୍ରାମ ଅଫିସର ଯlଜ୍ଞସିନୀ  ମହାନନ୍ଦ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ପ୍ରୋଗ୍ରାମ ଅଫିସର ମିନାକ୍ଷୀ ରାଜ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ   କରିଥିଲେ l ଏହି କର୍ମଶାଳା ରେ ବିଭିନ୍ନ ବିଭାଗ ର ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ତାଲିମ ଗ୍ରହଣ କରିଥିଲେ l  ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done