ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶବାସୀ ଏକତ୍ରିତ ହେବାକୁ ପରାମର୍ଶ ଦେଲେ ମୋଦୀ ।
ବର୍ଷେ ପର୍ଯ୍ୟନ୍ତ ସୁନା ଗହଣା ନ କିଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ।
ଅଧିକ ବିଦେଶ ଯାତ୍ରାରୁ ନିବୃତ୍ତ ରହିବାକୁ କହିଲେ ମୋଦି ।
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶବାସୀଙ୍କୁ ବଡ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଙ୍କଟ ସମୟରେ ଦେଶବାସୀ ଏକଜୁଟ ରହି ସଙ୍କଟର ମୁକାବିଲା କରିବା ପାଇଁ ଦେଶବାସୀଙ୍କୁ ଏକତ୍ରିତ ହୋଇ କାର୍ଯ୍ୟକରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ କରିଛନ୍ତି । ପଶ୍ଚିମ ଏସିଆ ଯୁଦ୍ଧ ସ୍ଥିତି ପାଇଁ ଦେଶ ସଙ୍କଟରେ ଗତି କରୁଛି । ଆଉ ଏହି ସଙ୍କଟ ସମୟରେ ନିଜେ ହିଁ ନିଜକୁ ସଙ୍କଟରୁ ରକ୍ଷା କରି ପାରିବା । ଆଉ ଏହି ସଙ୍କଟ ସମୟରେ କିପରି ଦେଶବାସୀ ଏକତ୍ରିତ ହୋଇ ଲଢ଼ିବା ସେଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ କରିଛନ୍ତି । ଇ-ଯାନର ବହୁଳ ବ୍ୟବହାର ପାଇଁ ମୋଦିଙ୍କ ପରାମର୍ଶ
। ପେଟ୍ରୋଲ, ଡିଜେଲ କମ୍ ବ୍ୟବହାର କରବା ସହ ୱାର୍କ ଫ୍ରମ ହୋମ୍ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଦେଇଛନ୍ତି ।
ଆମକୁ ବିଦେଶୀ ମୁଦ୍ରା ସଞ୍ଚୟ କରି ରଖୁବାକୁ ପଡ଼ିବ । ଖାଦ୍ୟରେ ତେଲ, ଚାଷରେ ରାସାୟନିକ ପ୍ରୟୋଗ କମ୍ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ କରିଛନ୍ତି । ସଙ୍କଟ ସମୟରେ ଆମକୁ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ , ଅତି ଆବଶ୍ୟକ ନଥିଲେ କାର୍ ଭଳି ବଡ଼ ବାହନ ବ୍ୟବହାର କରନ୍ତୁ ନାହିଁ ଏବଂ ଏକ ବର୍ଷ ଯାଏଁ ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ ବୋଲି ମୋଦି କହିଛନ୍ତି । ବର୍ଷେ ପର୍ଯ୍ୟନ୍ତ ସୁନାଗହଣା କିଣନ୍ତୁ ନାହିଁ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଅପିଲ କରିଛନ୍ତି ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶବାସୀ ଏକତ୍ରିତ ହୋଇ ରୁହନ୍ତୁ, ଆପଣଙ୍କ ଛୋଟ ପ୍ରୟାସ ଦେଶକୁ ବଡ଼ ଲାଭ ଦେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।


0 Comments