ବେହେରାମାଲ୍ ଟ୍ରାଫିକ୍ ଛକରେ ଲାଗିବ ‘ମିଷ୍ଟିଙ୍ଗ୍ ସିଷ୍ଟମ୍’*


 *ଝାରସୁଗୁଡ଼ା,ସହରରେ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ଉତ୍ତାପରୁ ଜନସାଧାରଣ ଓ ଜେବ୍ରା କ୍ରସିଂରେ ଅପେକ୍ଷା କରୁଥିବା ବାହନ ଚାଳକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ୱାଟକୋ, ପୌରପାଳିକା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ସହରର ବେହେରାମାଲ୍ ଟ୍ରାଫିକ୍ ଛକଠାରେ ପ୍ରାଥମିକ ଭାବେ ଏକ ଆଧୁନିକ ‘ମିଷ୍ଟିଙ୍ଗ୍ ସିଷ୍ଟମ୍’ ସ୍ଥାପନ କରାଯାଇଛି। ଗତକାଲି ଏହି ଅତ୍ୟାଧୁନିକ ବ୍ୟବସ୍ଥାର ଏକ ଡେମୋ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ସମ୍ମୁଖରେ କରାଯାଇଥିଲା। ଜିଲ୍ଲାପାଳ ଏହି ବ୍ୟବସ୍ଥାର କାର୍ଯ୍ୟକାରିତାକୁ ସମୀକ୍ଷା କରିଥିଲେ।


ଏହି ସ୍ୱତନ୍ତ୍ର ‘ମିଷ୍ଟିଙ୍ଗ୍ ସିଷ୍ଟମ୍’ ପ୍ରଯୁକ୍ତିବିଦ୍ୟା ‘ଫ୍ଲାସ୍ ଇଭାପୋରେସନ୍’ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟ କରିଥାଏ। ଏହି ସିଷ୍ଟମ୍ ବାୟୁମଣ୍ଡଳକୁ ଅତି ସୂକ୍ଷ୍ମ ଜଳକଣା ବିଛୁରିତ କରିଥାଏ, ଯାହା ପରିବେଶରେ ଥିବା ପ୍ରଚଣ୍ଡ ଉତ୍ତାପକୁ ଶୋଷି ନେଇଥାଏ। ଫଳରେ ଆଖପାଖ ଅଞ୍ଚଳର ବାୟୁ ତୁରନ୍ତ ଥଣ୍ଡା ହୋଇଯାଏ ଏବଂ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାପମାତ୍ରାରେ ଏକ ବଡ଼ ଧରଣର ହ୍ରାସ ଓ ଶୀତଳତା ଅନୁଭବ କରିପାରିବେ।


 ବେହେରାମାଲ୍ ଟ୍ରାଫିକ୍ ଛକରେ ସ୍ଥାପନ ଏବଂ କାର୍ଯ୍ୟକ୍ଷମ କରାଯିବ। ଏହାର ସଫଳତା ଓ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସହରର ଅନ୍ୟ ସମସ୍ତ ପ୍ରମୁଖ ତଥା ବ୍ୟସ୍ତବହୁଳ ଟ୍ରାଫିକ୍ ଛକଗୁଡ଼ିକରେ ମଧ୍ୟ ସମାନ ଭାବେ ଏହି ‘ମିଷ୍ଟିଙ୍ଗ୍ ସିଷ୍ଟମ୍’ ସ୍ଥାପନ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done