ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟା ଳୟ ର ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସ୍କିମ ଅଫିସର ଶ୍ରୀମତୀ ଭାଗ୍ୟଶ୍ରୀ ଦାସ, ସହକାରୀ କୃଷି ଅଧିକାରୀ ଶ୍ରୀମତୀ ସସ୍ମିତା ପଟେଲ, ବ୍ଲକ କୃଷି ଅଧିକାରୀ, ଝାରସୁଗୁଡା ଶ୍ରୀଯୁକ୍ତ ଅମ୍ରିତ ଲୁଗୁନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ କାର୍ଯ୍ୟକ୍ରମକୁ ସମନ୍ୱୟ କରିଥିଲେ।
କୃଷି ରଥ ମାଧ୍ୟମରେ କୃଷକମାନଙ୍କୁ ସଠିକ ସାର ପ୍ରୟୋଗ, ମାଟି ପରୀକ୍ଷା, ଡିଜିଟାଲ କୃଷି ସେବା ଓ ଏଗ୍ରିଷ୍ଟ୍ୟାକ ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରାଯାଉଛି।
ଏହି କୃଷି ରଥ ଅଭିଯାନ ୫ ମଇରୁ ୧୪ ମଇ ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିବ। ଝାରସୁଗୁଡା ବ୍ଲକରେ ୫ ଓ ୬ ମଇ, କୋଲାବିରାରେ ୭ ମଇ, କିର୍ମିରାରେ ୮ ମଇ, ଲାଇକେରାରେ ୯ ଓ ୧୦ ମଇ ଏବଂ ଲଖନପୁରରେ ୧୦ ରୁ ୧୪ ମଇ ପର୍ଯ୍ୟନ୍ତ କୃଷି ରଥ ପରିଚାଳିତ ହେବ। ଚଳିତ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ପ୍ରତିଦିନ ସକାଳ ୭ଟାରୁ ୧୦ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଏହାର ଚଳାଚଳ ହେବ l


0 Comments