ଆସନ୍ତାକାଲି ଠାରୁ ଅନୁଷ୍ଠିତ ହେବ ଝାରସୁଗୁଡା ଜିଲାସ୍ତରୀୟ ଶୁଭଦ୍ରା ଶକ୍ତି ମେଳା


 ଆସନ୍ତାକାଲି  ଠାରୁ ଝାରସୁଗୁଡ଼ା ଜିଲାରେ ଜିଲାସ୍ତରୀୟ ଶୁଭଦ୍ରା ଶକ୍ତି ମେଳା ଆରମ୍ଭ ହେବାକୁ ଯାଉଛି। ଏହି ମେଳା ଆସନ୍ତା ମେ’ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳାରେ ମୋଟ ୧୨୦ ଟି ଷ୍ଟଲ ରହିଥିବା ବେଳେ ଅନ୍ୟ ଜିଲାର ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୬୦ଟି ଷ୍ଟଲ ରହିଥିବା ବେଳେ ଝାରସୁଗୁଡ଼ା ଜିଲାର ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୪୮ଟି ଷ୍ଟଲ ରହିଛି। ଏହାସହ ଗଣମାଧ୍ୟମ, ପୋଲିସ, ଅଗ୍ନିଶମ, ଆଶୁ ଚିକିତ୍ସା କେନ୍ଦ୍ର ସହିତ ଆଇଇସିକୁ ମିଶାଇ ୧୨ଟି ଷ୍ଟଲ ରହିବ।  ଏହି ଷ୍ଟଲମାନଙ୍କରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କର ହାତ ତିଆରି ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଖାଦ୍ୟ ପସରା ସ୍ଥାନ ପାଇବ ବୋଲି ଆଜି ଜିଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ଡିଏମଏଫ୍ ସମ୍ମିଳନୀ କକ୍ଷରେ ଜିଲାପାଳ କୁଣାଲ ମୋତିରାମ ଚହ୍ବାଣ ସୂଚନା ଦେଇଥିଲେ।

ଭାସ୍କର ସୂତା କଳ ପଡ଼ିଆରେ ଆସନ୍ତାକାଲି ଠାରୁ ଝାରସୁଗୁଡ଼ା ଜିଲାରେ ଜିଲାସ୍ତରୀୟ ଶୁଭଦ୍ରା ଶକ୍ତି ମେଳା ଅପରାହ୍ନରୁ ଆରମ୍ଭ ହେବ। ଏଥିରେ ରାଜ୍ୟରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ସହିତ ଝାରସୁଗୁଡ଼ା ଜିଲାର ଏସଏଚଜି ଗ୍ରୁପ୍‌, ବିଭିନ୍ନ ସାମଗ୍ରୀର ଉତ୍ପାଦନ ସଂସ୍ଥା ଏବଂ କାରୁକାର୍ଯ୍ୟ କରିଥିବା ବିଭିନ୍ନ କଳାକାରଙ୍କ ସାମଗ୍ରୀକୁ ବିକ୍ରୀ କରିବାର ଏକ ମାଧ୍ୟମ ପାଲଟିବ। ଏହାସହ ପାରମ୍ପରିକ ଖାଦ୍ୟକୁ ନେଇ ଏକ ଫୁଡ୍‌ କୋଟ୍ ମଧ୍ୟ ଖୋଲିବ। ଏହାସହ ଗରମ ଏବଂ ଗୁଳୁଗୁଳିକୁ ଭିତ୍ତିକରି ମେଳାରେ ପାନୀୟ ଜଳର ବ୍ୟବସ୍ଥା କରାଯିବା ସହିତ ଶୌଚାଳୟ, ଆଲୋକୀକରଣ, ସୁରକ୍ଷା ପାଇଁ ସୁରକ୍ଷାକର୍ମୀ, ଆମ୍ବୁଲାନ୍ସ ଏବଂ ଆଶୁ ଆରୋଗ୍ୟ  କେନ୍ଦ୍ର ମଧ୍ୟ ଖୋଲାଯିବ lଏହାସହ ମଞ୍ଚ ସାମ୍ନାରେ ୧ ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ  ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ। ପ୍ରତ୍ୟେକ ଦିନ ୫ ହଜାର ଲୋକଙ୍କ ସମାଗମକୁ ଦୃଷ୍ଟି ରେ ରଖି ଏହି  ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲlପାଳ ଶ୍ରୀ ଚହ୍ବାଣ କହିଥିଲେ। ଏହି ପ୍ରେସ ମିଟ ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ(ରାଜସ୍ବ) କିଶୋର ଚନ୍ଦ୍ର ସ୍ବାଇଁ, ଅତିରିକ୍ତ ଜିଲାପାଳ(ସାଧାରଣ) ବ୍ରଜବନ୍ଧୁ ଭୋଇ,  ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ବିଶ୍ୱ ରଞ୍ଜନ ନାୟକ, ସୂର୍ଯ୍ୟାଂଶୁ ଋତ ଏବଂ ଓରମାସର ଡେପୁଟି ସିଇଓ ଯୁବରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done