ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ 'ମାଇନ୍ କ୍ଲୋଜର ଆଡଭାଇଜରି କମିଟି' ବୈଠକ ଅନୁଷ୍ଠିତ


 -ଖଣି ପ୍ରଭାବିତ ଅଞ୍ଚଳର ବିକାଶ ଓ ପରିବେଶ ସୁରକ୍ଷା ସମ୍ପର୍କିତ ସମୀକ୍ଷା

ଝାରସୁଗୁଡା, ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଡିଏମଏଫ୍  ସମ୍ମିଳନୀ କକ୍ଷରେ 'ମାଇନ୍ କ୍ଲୋଜର ଆଡଭାଇଜରି କମିଟି' (Mine Closer Advisory Committee) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅପରାହ୍ନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଶେଷ କରି ଖଣି କାର୍ଯ୍ୟ ଶେଷ ହେବା ପରେ ସମ୍ପୃକ୍ତ ଅଞ୍ଚଳର ପରିବେଶ ସନ୍ତୁଳନ ରକ୍ଷା, ଜମିର ପୁନରୁଦ୍ଧାର ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଜୀବିକାର ସୁରକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। 

ଜିଲ୍ଲାପାଳ ଏହି ଅବସରରେ ଏମସିଏଲ୍ କର୍ତ୍ତୃପକ୍ଷଙ୍କୁ ଖଣି ପ୍ରଭାବିତ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଏଥିସହ ଏମସିଏଲ୍‌ର ପରିବେଶ ବିଭାଗ ଅଧିକାରୀ ଏବଂ ଲଖନପୁର, ଇବ୍ ଏବଂ ଓରିଏଣ୍ଟ ଅଞ୍ଚଳର ପ୍ରକଳ୍ପ ଅଧିକାରୀମାନେ ଯୋଗଦେଇ ନିଜ ନିଜ ଅଞ୍ଚଳରେ ଚାଲିଥିବା ଖଣି ବନ୍ଦ ପ୍ରକ୍ରିୟା ଓ ପରବର୍ତ୍ତୀ ଯୋଜନା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। 

ଏହି ସମୀକ୍ଷା ବୈଠକରେ ଜିଲ୍ଲା ବନଖଣ୍ଡ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଲଖନପୁର ବିଡିଓ, ଡେପୁଟି କଲେକ୍ଟର (ତଉଜି) ଏବଂ ଜିଲ୍ଲା ଖଣି ଅଧିକାରୀ ଉପସ୍ଥିତ ରହିଥିଲେ। ଏଥିସହ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ମଧ୍ୟ ସାମିଲ ହୋଇଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done