ଅବସରରେ ପ୍ରଶାସନ ପକ୍ଷରୁ ବିଆଇଟିଆର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମୁଖ୍ୟ କୃଷ୍ଣ କେଶି ବଳିଆରସିଂ, ଅତିରିକ୍ତ SP ଜ୍ୟୋସ୍ନା ପ୍ରଧାନ, DSP ବନତା ମାଝୀ (ସାଇବର ଠକେଇ), ବୃନ୍ଦାବତୀ ପଣ୍ଡା (ଅବସରପ୍ରାପ୍ତ ମହିଳା ସୁରକ୍ଷା ଅଧିକାରିଣୀ), ଗୁଡ଼ିଆ ତ୍ରିପାଠୀ (ନାରୀ ସମସ୍ୟା), ସୁଷମ ପଣ୍ଡା (ନାରୀ ଶିକ୍ଷା), ଡ଼. ନିବେଦିତା ନଦ (୪୦ ବର୍ଷ ପରେ ନାରୀଙ୍କ ଯତ୍ନ) ଉପସ୍ଥିତ ହୋଇଥିଲେ। ସେହିପରି ଡ଼. ପ୍ରଶାନ୍ତ ପଣ୍ଡା, ବାଲଗୋବିନ୍ଦ ମିଶ୍ର, ବସନ୍ତ ପଣ୍ଡା, ସରୋଜ ପଣ୍ଡା, ହିରାଲାଳ ଲୋକଚନ୍ଦନୀ, ମନୋଜ ପଣ୍ଡା, ସର୍ଣମୟ ପୁରୋହିତ, ଜୀବନ ପୁରୋହିତ, ରାଜେଶ ପାଢ଼ୀ, ପ୍ରସାନ୍ତ ନନ୍ଦ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।
ଉତ୍ସବରେ ବିଭିନ୍ନ କ୍ଷେତ୍ରରୁ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ଓ ସମାଜସେବୀ ସଂସ୍ଥାମାନଙ୍କୁ ସମ୍ମାନିତ କରାଗଲା। ସଦସ୍ୟମାନଙ୍କ ଦ୍ୱାରା ସଚେତନତା ନାଟକ ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ମିନରଭା ପଣ୍ଡା, କବିତା ପଣ୍ଡା, ଆରତି ପଣ୍ଡା, ଉପମା ପ୍ରଧାନ, ସୁସ୍ମିତା ହୋତା, ଦିପ୍ତି, ସୁନିତା ସିଂ, ସୁରେଖା ପୁରୋହିତ, ବର୍ଷା ଡିବିରିବାଲ ଅଭିନୟ କରିଥିଲେ। ଏହି ନାଟକର ରଚନା ପୁଷ୍ପା ପଣ୍ଡା କରିଥିଲେ। ସେହିପରି ରଞ୍ଜିତା ବଡ଼ ପଣ୍ଡା କବିତା ପାଠ କରିଥିଲେ ଓ ରାଜଶ୍ରୀ ତ୍ରିପାଠୀ ଗଣେଶ ବନ୍ଦନା ଗାନ କରିଥିଲେ।
ସଭା ପରିଚାଳନା ମିନରଭା ପଣ୍ଡା କରିଥିଲେ ଓ କବିତା ପଣ୍ଡା ସଭାପତି ଥିଲେ। ପୁଷ୍ପିତା, ବେଦମତି, ଗିତା, ମମତା, ବବି ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଶେଷରେ ସୁଜାତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ୧୧ତମ ବାର୍ଷିକ ଉତ୍ସବ କେବଳ ଏକ ସାଧାରଣ ଆୟୋଜନ ନୁହେଁ, ବରଂ ସମାଜରେ ମାନବତା, ସେବା, ନାରୀ ସଶକ୍ତିକରଣ ଓ ଶିଶୁ ସୁରକ୍ଷା ପ୍ରତି ଟ୍ରଷ୍ଟର ନିଷ୍ଠାକୁ ପ୍ରକାଶ କରିଥିଲା। ଏଇତ ଜୀବନ ଟ୍ରଷ୍ଟ ନିଃଶ୍ୱାର୍ଥ ସେବାରେ ନିରନ୍ତର ଅଗ୍ରଗାମୀ ହୋଇ ସମାଜରେ ସଚେତନତା, ସହାୟତା ଓ ସମ୍ମିଳନର ସେବାକୁ ସମାଜରେ ଆଗକୁ ବଢ଼ାଇବାର ପ୍ରତିଶ୍ରୁତି ଦେଲେ।


0 Comments