ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କୋଲାବିରା, କିର୍ମିରା ଓ ଲଇକେରା ବ୍ଲକର ବିଭିନ୍ନ ପଂଚାୟତରେ ବିଧାୟକ ଟଙ୍କଧର ତ୍ରିପାଠୀ ରାସ୍ତା, ବ୍ରିଜ ଭକି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ୩୬ କୋଟି ୫୪ ଲକ୍ଷ ଟଙ୍କା ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି I ବିଧାୟକ ତ୍ରିପାଠୀ ଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଲଇକେରା ବ୍ଲକର ସାହସପୁର ପଂଚାୟତ ର ଆରଡ଼ି ରୋଡ଼ ଠାରୁ ରାମଚ୍ଛିପୀଡ଼ିହି ପର୍ଯ୍ୟନ୍ତ ୨ କୋଟି ୬୦ ଲକ୍ଷ ଟଙ୍କା , ଜାମମାଲ ପଂଚାୟତ ର ତାପଗୁଂଜା ଠାରୁ ଅମାପଡା ଦେଇ ସମ୍ବଲପୁର ସୀମା ପର୍ଯ୍ୟନ୍ତ ୨ କୋଟି ୬୬ ଲକ୍ଷ ଟଙ୍କା , ପାକେଲପଡା ପଂଚାୟତ ର ଖଜୁରଖାମାନ ରୁ ସମ୍ବଲପୁର ସୀମା ପର୍ଯ୍ୟନ୍ତ ୧କୋଟି ୯୩ ଲକ୍ଷ ଟଙ୍କା , ଖୁଣ୍ଟାମାଲ ପଂଚାୟତ ର ସୁଡୁଙ୍ଗ ରୁ ସମ୍ବଲପୁର ସୀମା ପର୍ଯ୍ୟନ୍ତ ୫ କୋଟି ୪୯ ଲକ୍ଷ ରାସ୍ତାର ଉନ୍ନତି ପାଇଁ ଶିଳାନ୍ୟାସ କରାଯାଇଛି I ଏହାସହ ଜିଲ୍ଲା ଖଣିଜ ପାଣ୍ଠିରୁ ବାବୁଛିପିଡ଼ିହି ପଂଚାୟତର ହୁଡକୁଡ଼ିହି ରୁ ବାଙ୍କୀ ଗ୍ରାମ ପର୍ଯ୍ୟନ୍ତ ୧କୋଟି ୭୫ ଲକ୍ଷ ଟଙ୍କା ର କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଶୁଭ ଦିଆଯାଇଛି I ସେହିପରି କୋଲାବିରା ବ୍ଲକ ର ପରମାନପୁର ପଂଚାୟତ ରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଜାତୀୟ ରାଜପଥ ୪୯ ରୁ ପତ୍ରାପାଲି ରାସ୍ତା ଓ ପରମାନପୁର ରୁ ଚନ୍ଦ୍ରଡିହି ରାସ୍ତାର ଉନ୍ନତିକାରଣ ପାଇଁ ୨କୋଟି ୯୮ ଲକ୍ଷ ଟଙ୍କା , କୋଲାବିରା ପଂଚାୟତ ର ତରାଇକେଲା ରୁ ପଟ୍ଟାପଡା ରାସ୍ତାର ଉନ୍ନତିକାରଣ ପାଇଁ ୨ କୋଟି ୧୧ଲକ୍ଷ ଟଙ୍କା ଏବଂ ସୋଡ଼ାମାଳ ପଂଚାୟତ ର ଗୁଛାପାଲି ରୁ ଦେହୁରୀପଡା ଭୟା ମଙ୍ଗରାପାଲି ଦେଇ ରାସ୍ତାର ଉନ୍ନତିକାରଣ ପାଇଁ ୫ କୋଟି ୪୮ ଲକ୍ଷ ଟଙ୍କା ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି I ସେହିପରି କିର୍ମିରା ବ୍ଲକର ବନ୍ଧପାଲି ପଂଚାୟତ ର ଆରଡ଼ି ରୋଡ଼ ଠାରୁ ଠାକୁରପଡା ପର୍ଯ୍ୟନ୍ତ ୨ କୋଟି ୭୭ ଲକ୍ଷ ଟଙ୍କା ଓ ଆରଡ଼ି ରୋଡ଼ ଠାରୁ ଢେଙ୍ଗୁରଜୋର ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ପାଇଁ ୪ କୋଟି ୮୬ ଲକ୍ଷ ଟଙ୍କା ର ଶୁଭ ଦିଆଯାଇଛି I ଏହାସହ ଶିଆଳରମା ରୁ ସାରସମାଲ ଗ୍ରାମକୁ ଯୋଡ଼ୁଥିବା ବ୍ରିଜ ନିର୍ମାଣ ପାଇଁ ୨ କୋଟି ୫୮ ଲକ୍ଷ ଟଙ୍କା ର ଶିଳାନ୍ୟାସ ସହ ସମୁଦାୟ ୩୬ କୋଟି ୫୪ ଲକ୍ଷ ଟଙ୍କା ର ଶିଳାନ୍ୟାସ କାର୍ଯ୍ୟକ୍ରମ କରାଯାଇଛି I ଏହି ଶିଳାନ୍ୟାସ ଅବସରରେ ବିଧାୟକ ତ୍ରିପାଠୀ କହିଛନ୍ତି ଯେ ଏହି ରାସ୍ତା ନିର୍ମାଣ ହେବ ଦ୍ୱାରା ଅଂଚଳବାସୀ ଗ୍ରାମାଞ୍ଚଳ ରୁ ବ୍ଲକ କୁ ଏବଂ ବ୍ଲକ ରୁ ଜିଲ୍ଲା ପର୍ଯ୍ୟନ୍ତ ଯିବାଆସିବା ରେ ପଥ ସୁଗମ ହେବ I ଯାହାଫଳରେ ଗ୍ରାମାଞ୍ଚଳ ରହୁଥିବା ସାଧାରଣ ଜନତାଙ୍କ ବ୍ୟବସାୟ ରେ ଉନ୍ନତି ହେବ ସହ ନିଜେ ସ୍ୱାବଲମ୍ବୀ ହୋଇପାରିବେ I ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଡବ୍ଲୁଡି ର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟବାନ ପଟେଲ, ଏସଡ଼ିଓ ଆଶିଷ ଲେଙ୍କା, କୋଲାବିରା ମଣ୍ଡଳ ସଭାପତି ରାଜେଶ ଦାସ, ଲଇକେରା ମଣ୍ଡଳ ସଭାପତି ଦ୍ଵିତୀୟା ଓରାମ ଓ କୁଳମଣି କିସାନ, କିର୍ମିରା ମଣ୍ଡଳ ସଭାପତି ଉଦ୍ଧବ ସିଂ ନାୟକ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଜେପି କର୍ମୀ ଉପସ୍ଥିତ ଥିଲେ


0 Comments