*ସାଂସ୍କୃତିକ ବିଭାଗ:-*
ବାର୍ଷିକ ଉତ୍ସବରେ ଦ୍ଵିତୀୟ ପର୍ଯାୟରେ ବିଦ୍ୟାଳୟର କୁନି କୁନି ଶିଶୁ ଭାଇଭଉଣୀଙ୍କ ଦ୍ୱାରା ଚିର୍ତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ମନ୍ଦାକିନୀ ମାକର ପରିଚାଳନା କରିଥିଲେ ।ତାଙ୍କ ସହିତ ଉକ୍ତ ଦାୟିତ୍ୱରେ ଥିବା କୁସୁମ ନଇ, ବୀଣାପାଣି ପ୍ରଧାନ, ଯଶୋବନ୍ତୀ ମେହେର, ମୈଥିଲି ସାହୁ, ରଞ୍ଜିତା ନାଏକ, ଚନ୍ଦ୍ରିକା କିସାନ, ଝରଣା ସାହୁ, ଶିବାନୀ ସାହୁ, ଅମୟ ନାଏକ ଆଦି ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ନାଟକ ମୋବାଇଲ ଫୋନ ଏହି ନାଟକ ଟିକୁ ବିଦ୍ୟାଳୟର ରଶ୍ମି ପ୍ରଭା ବେହେରା, ସଂପୂର୍ଣ୍ଣାପ୍ରିୟ ଦର୍ଶନୀ, ରିସୀମା ପଟେଲ, ପ୍ରଜ୍ଞାନ ପରିଡା, ଭବେଶ ବେହେରା, ସାଇ କ୍ରିଷ୍ଣା ମାଝୀ, ସାଇରାମ ଗଉଡ଼, ପ୍ରିୟାଂଶୁ ଜେନା ଅତି ଜୀବନ୍ତ ଭାବରେ ଅଭିନୟ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।କାର୍ଯ୍ୟକ୍ରମରେ ଓଡ଼ିଶୀ ପରିବେଷଣ କରିଥିବା ଭଉଣୀ ପ୍ରିୟଙ୍କା ମହାରଣା ସମସ୍ତଙ୍କର ମନକୁ ଜିଣି ନେଇଥିଲେ ।ହଜାର ହଜାର ଲୋକଙ୍କ ସମାଗମରେ କାର୍ଯ୍ୟକ୍ରମ ଅଧିକ ଚିତ୍ତ।କର୍ଷକ ହୋଇପାରିଥିଲା । ବ୍ରଜରାଜନଗର ନାଟ୍ୟଗୁରୁ ବିପିନ ସାହୁଙ୍କ ତତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।
*କାର୍ଯ୍ୟକ୍ରମର ସଫଳତା* :-
କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ପଞ୍ଚପଡାର ଗୋବିନ୍ଦ ସାହୁ ଓ ନୀଳ ପାଣ୍ଡେ ଙ୍କର ମହିଳା ସଂକୀର୍ତନ ମଣ୍ଡଳୀ ଅତିଥିଙ୍କ ସ୍ୱାଗତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ସଫଳତାର ମୂଳ କାରଣ ସମସ୍ତ ଅଭିଭାବକ ସ୍ଥାନୀୟ ବାସିନ୍ଦାଙ୍କର ସହଯୋଗ ଓ ଆନ୍ତରିକତା ବୋଲି ବିଦ୍ୟାଳୟର କୋଷାଧକ୍ଷ ପ୍ରିୟଙ୍କା ସାହୁ କହିଥିଲେ । କାର୍ଯ୍ୟକ୍ରମରେ ସମୟ ଦେଇ ନିଖୁଣ ଭାବରେ ପରିଶ୍ରମ କରିଥିବା କାର୍ଯ୍ୟକର୍ତ୍ତା ମଣ୍ଡଳୀ ହେଲେ ସୁଭାଷ ଜୟପୁରିଆ, ପ୍ରେମାନନ୍ଦ ପଟେଲ, ଅଜିତ ମେହେର, ଚନ୍ଦ୍ରକାନ୍ତ ମହାରଣା, ଉଦିତ ପଣ୍ଡା, ଚିତ୍ରସେନ କଣ୍ଟା, କେଶବ ଭୈଷା, ବିକ୍ରମ ବିଶ୍ୱାଳ, ନୀଳ ପାଣ୍ଡେ, ମନୋଜ କୁମାର ପାତ୍ର, ସୁଶୀଲ ନାୟକ, ମନୋଜ କୁମାର ବେହେରା, ଲବ ଖଟୁଆ, ତପନ ମିଶ୍ର, ପ୍ରଦୀପ ମାଝୀ, ସଂକୀର୍ତନ ପଟେଲ, ସନ୍ୟାସୀ ଗଉଡ଼, ମଧୁସ୍ମିତା ନାଏକ, ଗୀତାଞ୍ଜଳି ନାଏକ, ଭୂମିସୁତା ବେହେରା, ଶ୍ରଦ୍ଧାଞ୍ଜଳି ପଡ଼ିହାରୀ, ଲିଲିମା ପଟେଲ ପରିଶେଷରେ ହଜାର ହଜାର ଲୋକଙ୍କ ପ୍ରସାଦ ପ୍ରସ୍ତୁତି ପାଇଁ ମୀରା ନଇ, ସୁରେ ବିଶି, ସବିତା ପାଣ୍ଡେ, ଗୋଲାପୀ ପାଣ୍ଡେ ଙ୍କ ଅବଦାନ କାର୍ଯ୍ୟକ୍ରମର ମୁଖ୍ୟ ରହିଥିଲା । ଏହି ଐତିହାସିକ ସଫଳତା ପାଇଁ ବିଦ୍ୟାଳୟର କୋଷାଧକ୍ଷା ପ୍ରିୟଙ୍କା ସାହୁ ସମସ୍ତ ବର୍ଗର କାର୍ଯ୍ୟକର୍ତ୍ତିlଙ୍କୁ ବିଦ୍ୟାଳୟ ତରଫରୁ ଧନ୍ୟବାଦ ଦେଇଥିଲେ ।


0 Comments