ଲଖନପୁର ବ୍ଳକରେ ନିଶାମୁକ୍ତ ପଞ୍ଚାୟତ ଅଭିଯାନ ଆରମ୍ଭ ।
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରେ ନିଶାମୁକ୍ତ ପଞ୍ଚୟାତ ପାଇଁ ବାଦିମାଲ ପଞ୍ଚୟାତ ରେ ଆରମ୍ଭ ହେଲା ନିଶାମୁକ୍ତ ପଞ୍ଚାୟତ ଅଭିଯାନ । ବାଦିମାଲ ସରପଞ୍ଚଙ୍କ ନେତୃତ୍ୱରେ ପଞ୍ଚାୟତ ଅଞ୍ଚଳର ମହିଳା ଏବଂ ରେଙ୍ଗାଲି ପୋଲିସ ଫାଣ୍ଡି ଅଧିକାରୀଙ୍କ ସହାୟତାରେ ଏହି ଅଭିଯାନ ଆରମ୍ଭ କରାଯାଇଛି । ମାଦକ ଦ୍ରବ୍ୟ ବିକ୍ରି କିମ୍ବା ତାହାକୁ ନ ଖାଇବା ପାଇଁ ଏକ ଶୋଭାଯାତ୍ରା କରି ଲୋକଙ୍କୁ ସଚେତନ୍ କରାଯାଇଥିଲା । ମାଦକ ଦ୍ରବ୍ୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ୍ ହେବା ଆହ୍ବାନ କରାଯାଇଛି । ମାଦକ ଦ୍ରବ୍ୟ ସେବନ ଯୋଗୁଁ ଲୋକଙ୍କ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ସହ ପରିବାରରେ ମଧ୍ୟ କଳହ ପରିସ୍ଥିତି ସୃଷ୍ଟି ହୋଇଥାଏ । ତେଣୁ ନିଶାମୁକ୍ତ ପରିବେଶ ନିର୍ମାଣ କରିବା ପାଇଁ ଲଖନପୁର ବ୍ଳକ୍ ବାଦିମାଲ ପଞ୍ଚାୟତ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ କୁହାଯାଇଛି ।


0 Comments