ହୀରକୁଦ ନଦୀ ବନ୍ଧ ଯୋଜନାରେ ବିସ୍ଥାପିତମାନଙ୍କୁ ସେମାନଙ୍କ ହକ ପ୍ରଦାନ ପାଇଁ ଦାବି


 ହୀରକୁଦ ନଦୀ ବନ୍ଧ ଯୋଜନାରେ ବିସ୍ଥାପିତମାନଙ୍କୁ ସେମାନଙ୍କ ହକ ପ୍ରଦାନ ପାଇଁ ଦାବି କରିଛି ହୀରକୁଦ ବିସ୍ଥାପିତ ବୁଡି ଅଂଚଳ ସଂଗ୍ରାମ ସମିତି l ଆଜି ନେଇ ଝାରସୁଗୁଡା ଜିଲ୍ଲା ଲଖନପୁର ତହିସଲ ସମ୍ମୁଖରେ ବୁଡି ଅଂଚଳ ସଂଗ୍ରାମ ସମିତି ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୨ ଟା ଯାଏଁ ବିକ୍ଷୋଭ ପ୍ରଦାନ କରାଯିବାସହ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ୮ ଦଫା ଦାବି ପତ୍ର ପଠାଯାଇଛି l ବୁଡି ଅଂଚଳ ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି ହୀରକୁଦ ନଦୀ ବନ୍ଧକୁ ୭୦ ବର୍ଷରୁ ଉର୍ଦ୍ଧ ସମୟ ହେଲାଣି ହେଲେ ଏହା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କୁ ସରକାର ଏପର୍ଯ୍ୟନ୍ତ ଚିନ୍ହଟ କରି ନପାରିବା ଦୁଃଖର ବିଷୟ l  ଆଜି ବି ହଜାର ହଜାର ହୀରାକୁଦ ବିସ୍ଥାପିତ ନିଜ ହକ ପାଇ ନାହାନ୍ତି l ତେଣୁ ସରକାର ଶୀଘ୍ର ସମସ୍ତ ହୀରାକୁଦ ବିସ୍ଥାପିତ ଙ୍କୁ ଚିନ୍ହଟ କରି, ସେମାନଂକୁ, କ୍ଷତି ପୂରଣ, ୧୦ ଡେସିମିଲ ଲେଖାଏଁ ଜମି ପ୍ରଦାନ କରନ୍ତୁ l ଏହାସହ ହୀରକୁଦ ନଦୀ ବନ୍ଧ ଯୋଜନାରେ ବିସ୍ଥାପିତ ହୋଇ ନୂତନ ଭାବରେ ବସତି ସ୍ଥାପନ କରିଥିବା ଗାନ ଗୁଡିକୁ ରାଜସ୍ୱ ମାନ୍ୟତା ପ୍ରଦାନ କରନ୍ତୁ l ହୀରକୁଦ ବିସ୍ଥାପିତଙ୍କୁ ବିସ୍ଥାପନର ପ୍ରମାଣ ନମାଗି ସରକାର ସର୍ଭେ କରି ସମସ୍ତ ବିସ୍ଥାପିତଙ୍କୁ ସେମାନଙ୍କ ହକ ପ୍ରଦାନ କରନ୍ତୁ ବୋଲି ହୀରକୁଦ ବିସ୍ଥାପିତ ବୁଡି ଅଂଚଳ ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଛି l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done