ଐତିହାସିକ ପର୍ଯ୍ୟଟନ ସ୍ଥଳୀ ବିକ୍ରମଖୋଲ ଠାରେ ବେଲପାହାଡ଼ ବନାଞ୍ଚଳ ଦ୍ୱାରା ପ୍ଲାଷ୍ଟିକ୍ ମୁକ୍ତ ପିକନିକ୍ ସ୍ପଟ୍ ସଚେତନତା କାର୍ଯ୍ୟକ୍ରମ


 ଐତିହାସିକ ପର୍ଯ୍ୟଟନ ସ୍ଥଳୀ  ବିକ୍ରମଖୋଲ ଠାରେ ବେଲପାହାଡ଼ ବନାଞ୍ଚଳ ଦ୍ୱାରା ପ୍ଲାଷ୍ଟିକ୍ ମୁକ୍ତ ପିକନିକ୍ ସ୍ପଟ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ। ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବେଲପାହାଡ଼ ବନାଞ୍ଚଳ ର    ଐତିହାସିକ ପର୍ଯ୍ୟଟନ ସ୍ଥଳୀ ବିକ୍ରମଖୋଲ  ଠାରେ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ପର୍ଯ୍ୟଟନ ସ୍ଥଳୀ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ବେଲପାହାଡ଼ ବନାଞ୍ଚଳ ର ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ନାୟକ ଙ୍କ ସଭାପତିତ୍ବ ରେ  ଅନୁଷ୍ଠିତ କାର୍ଯ୍ୟକ୍ରମରେ  ମୂଖ୍ୟ ଅତିଥି ଭାବରେ ଝାରସୁଗୁଡା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ନିର୍ଦ୍ଦେଶକ ହିରନ୍ୟ ନାୟକ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ   ଝାରସୁଗୁଡା ବନ୍ୟପ୍ରାଣୀ ତତ୍ବାବଧାରକ ପ୍ରହ୍ଲାଦ ନାୟକ, ବେଲପାହାଡ଼ ଜୁନିଅର କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଡେପୁଟି ପରିବେଶ ବୈଜ୍ଞାନିକ ଅନୁସୁୟା ଏକ୍କା, ପରିବେଶ ବିକାଶ କମିଟି ର  ଆଜୀବନ ସଦସ୍ୟ ବିଜୟ ବେହେରା, ବେଣୁଧର ଚୌଧୁରି, ଗୋବିନ୍ଦ ସାକୁନିଆ,ଇକୋ କ୍ଲବ ମାଷ୍ଟର ଟ୍ରେନର ହମିଦ କୁମାର ମହାପାତ୍ର, ଏମସିଏଲ ଲଖନପୁର କ୍ଷେତ୍ର ପରିବେଶ ଅଧିକାରୀ ଚିଲମ୍ବରାମ ଏ,ବ୍ରଜରାଜନଗର ରେଞ୍ଜ ଅଧିକାରୀ ରିଶନା ଜାମୁଡାଲିଆ, ଏଇତ ଜୀବନ ଫାଉଣ୍ଡେସନର  ସଭାପତି ମାନସୀ ପଣ୍ଡା, ହେମଲତା ମେହେର, କବି ମାଧବୀ ପଟେଲ, ଜ୍ୟୋତିର୍ମୋଇ ବେହେରା, ଜ୍ୟୋସ୍ନାମଇ ନାଏକ ଉପସ୍ଥିତ ଥିଲେ। ବନପାଳ ସରୋଜ ଖମାରି ମଞ୍ଚ ପରିଚାଳନା କରିଥିଲେ।ବନ ବିଭାଗ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜେତା ଆରତୀ କିଶାନ, ସତ୍ୟମ ଭଇଁସାଲ, ଶେଖର ଡନସନା, ଅନନ୍ୟା         କିଶାନ, ଶୃଷ୍ଟି ସାହୁ, କୃଷ୍ଣା ପ୍ରିୟଦର୍ଶିନୀ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ବିଦ୍ୟାଳୟ ଏବଂ କଲେଜ ଛାତ୍ର ଛାତ୍ରୀ, ସ୍ଥାନୀୟ ବନ ସୁରକ୍ଷା କମିଟିର ସଦସ୍ୟ, ପରିବେଶ ବିକାଶ କମିଟି ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ। ବନାଞ୍ଚଳ ର ବେଲପାହାଡ଼ ଫରେଷ୍ଟର ସୁନିଲ କୁମାର ଭୋଇ,  ,ଇକୋ ଟୁରିଜିମ ଫରେଷ୍ଟର ସନ୍ତୋଷ ଗୁରୁ,ବାଗମୁଣ୍ଡା ଫରେଷ୍ଟର ସୌଦାଗର କିସାନ, ଲଖନପୁର ଫରେଷ୍ଟର ଲଲିତ ଅଢା, , ଭିଖମପାଲି ଫରେଷ୍ଟର ସରୋଜ ଖମାରି, ଫରେଷ୍ଟର ପ୍ରଦୀପ ବେସନ,ମୁନି କୁମାରି ଦାସ,  ଫରେଷ୍ଟ ଗାର୍ଡ ସୁରେନ୍ଦ୍ର ଖମାରି, ଅନୁପ ଲାକ୍ରା ,ଭାଗିରଥି ପଧାନ, ହର୍ଷ ବର୍ଦ୍ଧନ ମିଶ୍ର,ରାହୁଲ ବେହେରା,ଲିପିରାଣୀ କର,ଯୁଧିଷ୍ଟିର ବାରୁ,ତେଜସ୍ଵୀନି ଶା ,ଏଫଏମ ୟୁ ର ଟିମ ଲିଡ଼ର ଦିଲିପ ପଧାନ, ଶକ୍ତିମୟ ପୃଷ୍ଟି ,ସୁବ୍ରତ ଛନ୍ଦା, ସୁମନ ବିଶ୍ୱାଳ , ସୁଜିତ ବସ୍ତିଆ , ନିମାଇଁ  ବାରିକ ଓ ଟିକେଶ୍ୱରୀ ପଟେଲ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done