ଏହି ଆଭାସୀ ବୈଠକରେ ଜିଲ୍ଲା ଓସୱାନ ହଲ୍ରୁ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟନ, ସର୍ବାଧିକ ଜନସାଧାରଣଙ୍କ ଭାଗିଦାରୀ ନିଶ୍ଚିତ କରିବା ଏବଂ ସରକାରୀ ଯୋଜନା ଓ ସେବା ବିଷୟରେ ତଥ୍ୟର ପ୍ରଭାବଶାଳୀ ପ୍ରସାର ପାଇଁ ରଣନୀତି ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜନସମ୍ପର୍କ କାର୍ଯ୍ୟକ୍ରମଗୁଡ଼ିକର ସୁଚାରୁ ପରିଚାଳନା ଲାଗି ସମସ୍ତ ବିଭାଗ ମଧ୍ୟରେ ସମନ୍ୱିତ ପ୍ରୟାସ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେବା ସହ ଅଧିକାରୀମାନଙ୍କୁ ଆଗୁଆ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାରେ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ଏବଂ ଏହା ସହିତ ଜଡ଼ିତ ଜନସମ୍ପର୍କ କାର୍ଯ୍ୟକ୍ରମର ସଫଳ ପାଳନ ପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନେ ସମ୍ପୂର୍ଣ୍ଣ ସହଯୋଗ ଓ ପରସ୍ପର ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ସରକାରଙ୍କ ସଫଳତା ପ୍ରଦର୍ଶନ କରିବା ସହ ସମଗ୍ର ଜିଲ୍ଲାରେ ନାଗରିକମାନଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।
ଉକ୍ତ ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ, ଉପ-ଜିଲ୍ଲାପାଳ ଶ୍ରୀ ସବ୍ୟସାଚୀ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରଜ ବନ୍ଧୁ ଭୋଇଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।


0 Comments