ଝାରସୁଗୁଡା ଲଖନପୁର ମଣ୍ଡଳ ବିଜେପି ର ପୂର୍ଣ୍ଣାଙ୍ଗ କମିଟି ଗଠିତ ହୋଇଛି l ଜିଲ୍ଲା ବିଜେପି ସଭାପତି ଙ୍କ ନିର୍ଦେଶକ୍ରମେ ଲଖନପୁର ମଣ୍ଡଳ ବିଜେପି ସଭାପତି ଟିକେତ ସାହୁ ଙ୍କ ସଭାପତିତ୍ୱ ରେ ଏହି ପୂର୍ଣ୍ଣାଙ୍ଗ କମିଟି ଆଜି ଘୋଷଣା କରିବା ସହ ଏକ ପତ୍ର ଜାରି କରି ସୂଚନା ଦେଇଛନ୍ତି l ଲଖନପୁର ମଣ୍ଡଳ ବିଜେପି ର ସଭାପତି ଭାବରେ ଟିକେତ ସାହୁ, ଉପସଭାପତି ଭାବରେ ତାରିଣୀ ସେନ ବିଶ୍ୱାଳ, କୃଷ୍ଣଚନ୍ଦ୍ର ବେହେରା, ଭକ୍ତ କାଲୋ, ଜଗଦୀଶ ପ୍ରଧାନ, ଦିଲ୍ଲୀପ ବାରିକ ଗୁଣନନ୍ଦ ଭୋଇ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି l ସେହିପରି ସାଧାରଣ ସମ୍ପାଦକ ଭାବରେ ସରୋଜ ବିଶ୍ୱାଳ, ହୃଦାନନ୍ଦ ବିଶ୍ୱାଳ, ସମ୍ପାଦକ ଭାବରେ ତାପସ ବାରିକ, ସୁସ୍ମିତା ପ୍ରଧାନ, ଜିତେନ୍ ବିଶ୍ୱାଳ, ମାନସ ପ୍ରଧାନ, ସଂଜୀବ ସାହୁ, ତନୟା ପ୍ରଧାନ, କୋଷାଧକ୍ଷ ଭାବରେ କିରନ କୁମାର ଭୋଇ, ଲଖନପୁର ଯୁବ ମୋର୍ଚା ସଭାପତି ଭାବରେ ପ୍ରମୋଦ ବିଶ୍ୱାଳ, ମହିଳା ମୋର୍ଚା ସଭାପତି ଭାବରେ ଖିରବତୀ ସାହୁ, କିସାନ ମୋର୍ଚା ସଭାପତି ଭାବରେ ନିରାକାର ବଢ଼େଇ, ଏସସି ମୋର୍ଚା ସଭାପତି ଭାବରେ ପାଣ୍ଡଵ ମହାନନ୍ଦ, ଏସଟି ମୋର୍ଚ୍ଚା ସଭାପତି ଭାବରେ ବିଜୟ ଖଣ୍ଡା, ଓବିଶି ମୋର୍ଚା ସଭାପତି ଭାବରେ ଉମାକାନ୍ତ ପଧାନ, ମାଇନରିଟି ମୋର୍ଚା ସଭାପତି ଭାବରେ ଅଲତାଫ ଖାନ ଙ୍କ ନାମ ଘୋଷଣା କରାଯାଇଛି l ନୂତନ ଗଠିତ ହୋଇଥିବା ଏହି ଲଖନପୁର ମଣ୍ଡଳ ବିଜେପି କମିଟି ର ପ୍ରତେକ କର୍ମକର୍ତା ଲୋକଙ୍କ ହିତ ପାଇଁ କାର୍ଯ୍ୟ କରିବେ ବୋଲି ଲଖନପୁର ମଣ୍ଡଳ ବିଜେପି ସଭାପତି ଟିକେଟ ସାହୁ ପ୍ରକାଶ କରିଛନ୍ତି l


0 Comments