ବରପାଲି ପ୍ରାଥମିକ ସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ


 ଝାରସୁଗୁଡ଼ା ବ୍ଲକ୍ ବରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବ ପରିଚାଳନା ହୋଇଛି । ଗ୍ରାମର ଫୁଟବଲ୍ ପଡିଆ ଠାରେ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୪ ଟା ଯାଏଁ ଅନୁଷ୍ଠିତ ହୋଇଥିଲା । ଏହି କ୍ରୀଡା ପ୍ରତିଯୋଗିତାରେ ଉଭୟ ବାଳକ ଏବଂ ବାଳିକା ବର୍ଗରେ ଦୌଡ଼କୁଦ,ଲମ୍ବ ଡିଆଁ,ଉଚ୍ଚ ଡିଆଁ,ସଟଫୁଟ,ଡିସକସ,କବାଡି ପରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ରାଉତ,ସ୍ୱଦାମିନୀ ସିଂ ଲାଲୁ,ଲକ୍ଷ୍ମଣ ସେଟ,ଚୈତନ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କ୍ରୀଡାର ଆବଶ୍ୟକତା ଓ ଉପକାରିତା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ପଟେଲ ଛାତ୍ର ଜୀବନରେ କ୍ରୀଡାର ଉପଯୋଗିତା ବିଷୟରେ ଆଲୋକପାତ କରିଥିଲେ । ଆୟୋଜିତ ସଭାକୁ ଶିକ୍ଷୟିତ୍ରୀ ଅନିତା ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଡଲିରାଣୀ ପଟେଲ ଓ ଶିକ୍ଷୟିତ୍ରୀ ସୁନୀତା ପଟେଲ କ୍ରୀଡା ପରିଚାଳନା କରିଥିଲେ । ଉତ୍ସବରେ ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷୟିତ୍ରି,ସ୍କୁଲ୍ ପରିଚାଳନା କମିଟି ସଦସ୍ୟ ସଦସ୍ୟାଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା । ଶିକ୍ଷୟିତ୍ରି ଡଲିରାଣୀ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done