ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକ ଅନ୍ତର୍ଗତ ବାବୁଚିପିଡ଼ିହି ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଥିଵା ଛାତ୍ର ଛାତ୍ରୀ ଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରିବା ସହ ଛାତ୍ରୀଛାତ୍ର ଙ୍କ ସହିତ ବିଧାୟକ ଟଙ୍କଧର ତ୍ରିପାଠୀ କିଛି ସମୟ ବିତାଇଥିଲେ |ସୂଚନା ଅନୁସାରେ ଗତ କିଛି ଦିନ ହେବ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଥିଲେ ଯେ ଆମେ ଉପହାର ସଦୃଶ ଫୁଲତୋଡ଼ା ତଥା ଅନ୍ୟାନ୍ୟ ସାମଗ୍ରୀ ଦେଇ ଯେଉଁ ଖର୍ଚ୍ଚ କରୁଛୁ, ତାହା ଯଦି ଛାତ୍ରଛାତ୍ରୀ ଙ୍କୁ ସୁଷମ ଖାଦ୍ୟ ଦେବା ରେ ବିନିଯୋଗ କରାଯାଏ ତାହା ହେଲେ ଆମ ଦେଶ ଓ ରାଜ୍ୟ ଶିଶୁ ମାନଙ୍କ ଭବିଷ୍ୟତ ଉଜ୍ବଳ ହେବା ସହିତ ତାଙ୍କର ମାନସିକ ଓ ଶାରୀରିକ ବିକାଶ ହୋଇ ପାରିବ ଓ ତାହା ଆମ ଭବିଷ୍ୟତ କୁ ସୁନ୍ଦର କରି ପାରିବ |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉକ୍ତ ଆହ୍ୱାନ କୁ ଭିତ୍ତି କରି ଝାରସୁଗୁଡା ବିଧାୟକ ତ୍ରିପାଠୀ ବାବୁଚିପିଡ଼ିହି ଉଚ୍ଚ ବିଦ୍ୟାଳୟ ର ଛାତ୍ରୀଛାତ୍ର ଙ୍କୁ ବିସ୍କୁଟ, ଫଳ ସହିତ ବିଭିନ୍ନ ସୁଷମ ଖାଦ୍ୟ ବଣ୍ଟନ କରିବା ସହିତ ଛାତ୍ରୀଛାତ୍ର ଙ୍କ ସହିତ କଥାବାର୍ତା ହୋଇ କିଛି ସମୟ ଅତିବାହିତ କରିଥିଲେ |ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁ ଉତ୍ସାହ ର ସହିତ ବିଧାୟକ ଙ୍କ ସହିତ ଖୁସି ମଜା କରି ଖୁସି ମନାଇଥିଲେ |ଛାତ୍ରୀଛାତ୍ର ଙ୍କ ସହିତ ସମୟ ବିତେଇବା ଏକ ବିଶେଷ ମୁହୂର୍ତ୍ତ ବୋଲି ଝାରସୁଗୁଡା ବିଧାୟକ ତ୍ରିପାଠୀ ପ୍ରକାଶ କରିଛନ୍ତି |


0 Comments