ପଶ୍ଚିମ ଓଡ଼ିଶା ବିଦ୍ୟୁତ୍ ଠିକାଦାର ସଂଘ ପକ୍ଷରୁ କର୍ମକର୍ତ୍ତା ଚୟନକୁ ନେଇ ସାଧାରଣ ସଭା


 ପଶ୍ଚିମ ଓଡ଼ିଶା ବିଦ୍ୟୁତ୍ ଠିକାଦାର ସଂଘ ପକ୍ଷରୁ ଝାରସୁଗୁଡ଼ା ସହର ସ୍ଥିତ ଏକ ହୋଟେଲରେ ୨୦୨୫-୨୭ ବର୍ଷ ପାଇଁ କର୍ମକର୍ତ୍ତା ଚୟନକୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ସଂଘର ପୂର୍ବତନ  ସଭାପତି ଶ୍ରୀ ବିଜୟ କୁମାର ପରିଡ଼ା ସଭାପତିତ୍ବ କରିଥିଲେ  । ତେବେ ସାଧାରଣ ସଭାର ନିଷ୍ପତିକ୍ରମେ ନିର୍ବାଚନ କମିଟି ବିଧିବଦ୍ଧ ଭାବେ ନିର୍ବାଚନ ଅନୁଷ୍ଠିତ କରାଯାଇଥିଲା । ତେବେ ଏହି ସଭାରେ ନୂତନ ସଭାପତି ଭାବରେ ରାଜ କୁମାର ରାୟଙ୍କୁ ସଭାପତି ଭାବରେ ଚୟନ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବରେ ଶିଶିର କୁମାର୍ ରଥଙ୍କୁ ଚୟନ କରାଯାଇଥିଲା । ଏଥିରେ ଉପ ସଭାପତି, କାର୍ଯ୍ୟକାରୀ ସଭାପତି, ଯୁଗ୍ମ ସମ୍ପାଦକ, ଆୟୋଜକ ସମ୍ପାଦକଙ୍କ ପଦ ପାଇଁ ନାମ ଚୟନ କରାଯାଇଥିଲା । ସଭା ପରେ ସମସ୍ତ ସଦସ୍ୟ ମାନେ ଶପଥ ଗ୍ରହଣ କରିଥିଲେ । ଏହାପରେ ଆଗାମୀ ଦିନରେ ସଂଘର ସାଂଗଠାନିକ ବ୍ୟବସ୍ଥା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା । ତେବେ ଆସନ୍ତା ଦିନରେ ପଶ୍ଚିମ ଓଡ଼ିଶା ବିଦ୍ୟୁତ ଠିକାଦାର ସଂଘର ସଦସ୍ୟଙ୍କୁ ସମସ୍ତ ନୀତି ନିୟମ ପାଳନ କରି କାର୍ଯ୍ୟ କରିବା ପାଇଁ ନୂତନ ସଭାପତି, ସାଧାରଣ ସମ୍ପାଦକ ଉପଦେଶ ଦେଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done