ଭାରତ ସରକାର ଙ୍କ ଦ୍ୱାରା ପରିଚାଳିତ ଏନ ଏଲ ସି (ନେଭିଲ ଲିଗ ନାଇଟ କର୍ପୋରେସନ )ସ୍ଥାପିତ ହେବା ଦ୍ୱାରା ବିସ୍ଥାପିତ ହୋଇଥିବା ପରିବାର ଙ୍କ ସମସ୍ତ ପ୍ରକାର ସମସ୍ୟା ର ସମାଧାନ କରିବା ପାଇଁ ମଙ୍ଗଳବାର ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିଷାନ ରେଡ୍ଡୀ ଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସ ଭବନ ରେ ଭେଟ ହୋଇ ଦାବିପତ୍ର ଦେଇଛନ୍ତି |ବିଧାୟକ ତ୍ରିପାଠୀ କେନ୍ଦ୍ର କୋଇଲା ମନ୍ତ୍ରୀ ଙ୍କୁ ଜଣାଇଛନ୍ତି ଯେ ଭେଡେନ ନଦୀ କୂଳ ରେ ଏନ ଏଲ ସି କମ୍ପାନୀ ସ୍ଥାପିତ ହେବା ଦ୍ୱାରା ଯେଉଁ ପରିବାର ଗୁଡିକ ବିସ୍ଥାପିତ ହୋଇଛନ୍ତି, ସେମାନଂକୁ ସେମାନଙ୍କ ର ଅନୁକମ୍ପା ମୂଳକ ରାଶି ଠିକ ହିସାବ ରେ ମିଳୁନାହିଁ |ଏନ ଏଲ ସି କମ୍ପାନୀ ଦ୍ୱାରା ୨୦୧୬ ରେ ନିର୍ଧାରିତ ହୋଇଥବା ଅଧିଗ୍ରହଣ, ବିସ୍ଥାପନ ତଥା ଅନୁକମ୍ପା ମୂଳକ ରାଶି ପ୍ରଦାନ କରାଯାଉଥିବା ର ନିୟମ ଏହି ବିସ୍ଥାପିତ ହୋଇଥିବା ପରିବାର ମାନଙ୍କ ଠାରେ ଠିକ ହିସାବ ରେ ପାଳନ କରାଯାଇନାହିଁ |ଏହା ସହିତ କମ୍ପାନୀ ବିସ୍ଥାପିତ ପରିବାର ମାନଙ୍କୁ ଦେବାକୁ ଥିବା ଅନୁକମ୍ପା ରାଶି ବୃଦ୍ଧି କରିବା ପାଇଁ ମଧ୍ୟ ବିଧାୟକ ତାଙ୍କ ଦାବୀ ରେ ଜଣାଇଛନ୍ତି |କାରଣ ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ଜିନିଷ ର ମୂଲ୍ୟ ବଢିଥାଏ କିନ୍ତୁ ଏନ ଏଲ ସି କମ୍ପାନୀ ଗତ ୨୦୨୧ ମସିହା ରେ ଧାର୍ଯ୍ୟ କରିଥିବା ମୂଲ୍ୟ ୨୦୨୫-୨୬ ରେ ଦେବାକୁ ଚାହୁଁଛି, ଯାହାଦ୍ୱାରା ବିସ୍ଥାପିତ ପରିବାର ମାନଙ୍କୁ ବହୁ କ୍ଷତି ସହିବାକୁ ପଡିଛି ଏବଂ ପଡିବ ମଧ୍ୟ |ଆଗ ରୁ ମଧ୍ୟ ଏନ ଏଲ ସି କମ୍ପାନୀ ଜମି ଓ ଘର ରୁ ବିସ୍ଥାପନ ହୋଇଥିବା ପରିବାର ମାନଙ୍କୁ ଦେଇଥିବା ଅନୁକମ୍ପା ମୂଳକ ରାଶି ବହୁତ ପରିମାଣରେ କମ ମୂଲ୍ୟ (ଏକ୍ସ ଗ୍ରାଟିଆ) ଥିଲା, ତେଣୁ ତାହାର ମଧ୍ୟ କିଛି ମୂଲ୍ୟ ବଢାଇବା ପାଇଁ ବିଧାୟକ ଦାବୀ ରେ ଜଣାଇଛନ୍ତି |ଏହା ସହିତ ବର୍ତମାନ ବିସ୍ଥାପିତ ହୋଇଥିବା ଏବଂ ବିସ୍ଥାପିତ ହେବାକୁ ଥିବା ପରିବାର ମାନଙ୍କ ଅନୁପଯୁକ୍ତ ଜମି ର ମଧ୍ୟ ଉଚିତ ମୂଲ୍ୟ ଏନ ଏଲ ସି କମ୍ପାନୀ ପ୍ରଦାନ କରୁ ବୋଲି ବିଧାୟକ ଦାବୀ କରିଛନ୍ତି |ମୋଟାମୋଟି ଭାବ ରେ ବିଧାୟକ ତ୍ରିପାଠୀ ବିସ୍ଥାପିତ ପରିବାର ଙ୍କୁ ସରକାର ଙ୍କ ଦ୍ୱାରା ବର୍ତମାନ ସମୟ ରେ ନିର୍ଧାରିତ ହୋଇଥିବା ମୂଲ୍ୟ ରେ ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବା ପାଇଁ ଦାବୀ କରିବା ସହିତ ଏନ ଏଲ ସି କମ୍ପାନୀ ବିସ୍ଥାପିତ ମାନଙ୍କ ହିତ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ନିଯୁକ୍ତ କରି ଏହା ର ସମସ୍ତ ସମସ୍ୟା ର ସମାଧାନ କରନ୍ତୁ ଏବଂ ଏହି ବିସ୍ଥାପିତ ପରିବାର ମାନେ ହୀରାକୁଦ ଡ୍ୟାମ ପାଇଁ ବିସ୍ଥାପିତ ପରିବାର ମାନେ ଯେଉଁ ଦୁଃଖ ପାଇଲେ ସେପରି ପରିସ୍ଥିତି ସୃଷ୍ଟି ନ ହେଉ ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ରେଡ୍ଡୀ ଙ୍କୁ ଦାବିପତ୍ର ଦେବାସହ ବିସ୍ଥାପିତ ଙ୍କ ସମସ୍ୟା ର ତୁରନ୍ତ ସମାଧାନ କରିବା ପାଇଁ ନିବେଦନ କରିଛନ୍ତି |


0 Comments