ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଝାରସୁଗୁଡ଼ା ଜିଲ୍ଲା ଶାଖାର ଚଳିତ ୨୦୨୫-୨୭ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ


 ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଭାଗୃହ ରେ ଆଜି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଝାରସୁଗୁଡ଼ା ଜିଲ୍ଲା ଶାଖାର ଚଳିତ ୨୦୨୫-୨୭ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବରେ ସୁଶୀଲା ବନଛୁର,ସହ ନିର୍ବାଚନ ଅଧିକାରୀ ଭାବରେ ଆଶ୍ରିତା ସୋରେନ୍, ପୁଲିଂ ଅଧିକାରୀ ଭାବରେ ପୁଷ୍ପାଞ୍ଜଳି ନାଏକ ଏବଂ ଏଲିଜାବେଥ ଡାଙ୍ଗ ସୁଚାରୁ ରୂପେ ନିର୍ବାଚନ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରୁ ନର୍ସିଂ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ନର୍ସିଂ କର୍ମଚାରୀ ସଙ୍ଘ ପାଇଁ ଜୁଲି ବଗର୍ତ୍ତି, ଉପସଭାପତି ପାଇଁ ପଦ୍ମିନୀ ଭଞ୍ଜ, ସମ୍ପାଦକ ପାଇଁ ମୁକେଶ କୁମାର ପୁରୋହିତ, ସହ ସମ୍ପାଦକ ଭାବରେ ପଦ୍ମିନୀ ଜୟପୁରିଆ ଏବଂ ଦେଶାନ୍ତିନି ଷଣ୍ଢ , ଜିତେନ୍ଦ୍ରିୟ ମାକର, ନେଲେକନ ସ୍ତୁତି ଟପନୋ, କୋଷାଧ୍ୟକ୍ଷ ପାଇଁ ପୁଷ୍ପାଞ୍ଜଳି ଧୂରୁଆ, ଅଡିଟର ପାଇଁ ସୁମିତ୍ରା ଏକକା ନାମାଙ୍କନ ପତ୍ର ଦାଖଲ କରିଥିଲେ ।  ହେଲେ ତାଙ୍କ ବିରୋଧରେ କେହି କୌଣସି ପଦବୀ ପାଇଁ ନାମାଙ୍କପତ୍ର ଦାଖଲ କରି ନ ଥିବାରୁ ସମସ୍ତେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ସୂଚନା ରହିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done