ମାଉଳିବେର୍ଣା ରେ ନାମଯଜ୍ଞ ସମାପନ

 

ଲଖନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ  ମାଉଳିବେର୍ଣା ର ନାମଯଜ୍ଞ ସମାପନ ହୋଇଯାଇଛି ।ହରେ କୃଷ୍ଣ ହରେ ରାମ ମହାମନ୍ତ୍ର ରେ ଚାଲିଥିବା ଶୋହଳ ପ୍ରହର ନାମଯଜ୍ଞ ମହାସମାରୋହରେ ସମାପନ ହୋଇଯାଇଛି ।ନାମଯଜ୍ଞ ରେ ବରିଷ୍ଠ ବିଜେଡି ନେତା ରୋହିତ ପଧାନ ଓ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଙ୍କଜିନି ପଧାନ ଯଜ୍ଞକର୍ତା ଦାୟିତ୍ବ ତୁଳାଇଥିବା ବେଳେ ମନିଶ ବିଶ୍ଵାଳ,ସୁଜିତ୍ ପଧାନ,ଗୋବିନ୍ଦ ବଗାର,ଭବାନୀ ଶଙ୍କର ପଧାନ,ଦୋଳଗୋବିନ୍ଦ ବିଶ୍ଵାଳ ପ୍ରମୁଖ ଶଡ ବୈଷ୍ଣବ ଦାୟିତ୍ବ ତୁଲାଇଥିଲେ ।ଯଜ୍ଞକାର୍ଯ୍ୟ କୁ ଆଲୋକ ତ୍ରିପାଠୀ ତୁଲାଇଥିବାବେଲେ ଲଖନପୁର ଆଶ୍ରମ,ସୋଲଦିଆ ,କୁଡ଼ାଲୋଇ,ବଢେଇପରା,ଲଖନପୁର ମନ୍ଦିର,ତେଲେନପାଲି ,ବାଘମୁଣ୍ଡା,ସାଗରପାଲି ,ବେଳଡିହି,କଦେଲପିଟା, କତରବଗା ପ୍ରମୁଖ ସଙ୍କୀର୍ତ୍ତନ ମଣ୍ଡଳୀ ନାମ ନେଇଥିଲେ ।ହଜାର ହଜାର ଭକ୍ତଙ୍କ ସମାଗମ ରେ ହୋଇଥିବା ଦଧିଭଞ୍ଜନ କାର୍ଯ୍ୟକ୍ରମ କୁ ବରିଷ୍ଠ ଗାୟକ ପ୍ରସନ୍ନ ବିଶ୍ଵାଳ  ଓ ସାଥି ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମରେ ଆଖ ପାଖରୁ ବହୁ ଭକ୍ତ ସାମିଲ ହୋଇଥିବାବେଳେ ମାଉଳିବେର୍ଣା ସଙ୍କୀର୍ତ୍ତନ ମଣ୍ଡଳୀ ତରଫରୁ ରବିଚନ୍ଦ୍ର ପଧାନ,ମକର୍ଦ୍ଧଜ ପ୍ରଧାନ,ଓକିଲ ବିଶ୍ଵାଳ,ରୋଷନ୍ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।ଆଜି ଯଜ୍ଞସ୍ଥଳକୁ ଲଖନପୁର ବ୍ଲକ ଅଧ୍ୟକ୍ଷା ହୁତେଶ୍ୱରି ତିହୁରିଆ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁ,ଲଖନପୁର ସରପଞ୍ଚ ଆରତୀ ପ୍ରଧାନ,ଲଖନପୁର ବ୍ଲକ ନାଗରିକ ପରିଷଦ ସଭାପତି ପିତାମ୍ବର ମିଶ୍ର,ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ କୁମାର ପ୍ରଧାନ,ସମିତି ସଭ୍ୟ ଗୁଣ ସାଗର ମାଝୀ,ପୂର୍ବତନ ସମିତିସଭ୍ୟ ଅଭିନ ଚନ୍ଦ୍ର ମାଝୀ,ବରିଷ୍ଠ କଂଗ୍ରେସ ନେତା ଲିଙ୍ଗରାଜ ବଢେଇ,ପୁରୁଷୋତ୍ତମ ଯୟସ୍ଵଲ୍,ମହେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ହୋଇ ଆଶୀର୍ବାଦ ଗ୍ରହଣ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done