ଆଜି ଝାରସୁଗୁଡା ତାଲପଟିଆ ଠାରେ ଏ ସ୍କୋଏର ନାମକ ଏକ ମଲ୍ଟି ସ୍ପେସାଲିଟି ହସ୍ପିଟାଲ ଉଦଘାଟିତ ହୋଇଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମାହାଲିଙ୍ଗ ଭର୍ଚୁଆଲ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି।ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରୀପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ହସ୍ପିଟାଲ ର ପ୍ରତିଷ୍ଠାତା ଡଃ ବବିତା ରମାନି ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଝାରସୁଗୁଡା ଜିଲ୍ଲାରେ ଏହି ହସ୍ପିଟାଲ ଲୋକଙ୍କୁ ଉନ୍ନତ ଓ ଗୁଣବତ୍ତା ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି।ଅନ୍ୟପଟେ ଏହି ହସ୍ପିଟାଲ ରୁ ଗରିବ ଲୋକେ କିପରି କମ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ସେଥିପାଇଁ ଆୟୁଷ୍ମାନ ଭାରତ ଓ ଓଡିଶା ସରକାର ଙ୍କ ଗୋପବନ୍ଧୁ ଯୋଜନା ରେ ପଂଜିକରଣ ପାଇଁ ହସ୍ପିଟାଲ କର୍ତ୍ତୁପକ୍ଷ ଙ୍କୁ କୁହାଯାଇଥିବା କହିଛନ୍ତି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରୀପାଠୀ।ତାହା ସହିତ ଝାରସୁଗୁଡା ବାସୀ ଙ୍କ ସେବାରେ ଏହି ହସ୍ପିଟାଲ ଉସର୍ଗୀ କୃତ ହେଉ ବୋଲି କହିଛନ୍ତି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରୀପାଠୀ।ଆଜିର ଏହି ଉଦଘାଟନି ସଭାରେ ଜିଲ୍ଲାର ବହୁ ପ୍ରମୁଖ ଡାକ୍ତର ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।
0 Comments