ଦିନକୁ ଦିନ ନବ ଦାସଙ୍କ ହତ୍ୟା ମାମଲା ନୂଆ ମୋଡ଼ ବେବାରେ ଲାଗିଛି। କ୍ରାଇମବ୍ରାଞ୍ଚ୍ ଏହି ହତ୍ୟା ମାମଲା ର ତଦନ୍ତ ଆରମ୍ଭ କରିଥିବା ବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରେ କ୍ରାଇମବ୍ରାଞ୍ଚ୍ ଅଫିସ ରେ ହାଜର ହେବା ପାଇଁ ଉଭୟ ଦୀପାଳି ଦାସ ଓ ବିଶାଳ ଦାସଙ୍କୁ ପଚରା ଉଚରାକରିବା ପାଇଁ ଡାକରା ଦେଇଥିଲା। ତେବେ ଦୀପାଳି ଓ ବିଶାଳ ପାରିବାରିକ ସମସ୍ୟା ଥିବା ଯୋଗୁଁ ଆସିପାରିବୁ ନାହିଁ ବୋଲି କହିଛନ୍ତି। ଏହା ସହିତ ଅଧିକ ସମୟ କ୍ରାଇମବ୍ରାଞ୍ଚ୍ ଙ୍କୁ ମାଗିଛନ୍ତି। ତଦନ୍ତ ପାଇଁ ପଚରା ଉଚରା କ୍ରାଇମବ୍ରାଞ୍ଚ୍ ଅଫିସ ରେ ନ ହୋଇ ଝାରସୁଗୁଡାରେ ହେଉ ବୋଲି ବିଶାଲ ଦାସ କ୍ରାଇମବ୍ରାଞ୍ଚ୍ କୁ ଅନୁରୋଧ କରିଥିବା ସୂଚନା ମିଳିଛି।
0 Comments