ଏବେ ରାଜ୍ୟରେ ଚାଲିବ ମୁଖ୍ୟମନ୍ତ୍ରୀ ବସ ସେବା। ବରିଷ୍ଠ ନାଗରିକ ମହିଳା ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ମିଳିବ ୫୦% ରିହାତି ।
ଏଣିକି ରାଜ୍ୟରେ ମୁଖ୍ୟମନ୍ତ୍ରୀ ବସ ସେବା ଚାଲିବ ବୋଲି ବିଧାନସଭା ରେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି। ଏହା ରାଜ୍ୟ ର ସବୁ ରୁଟ ରେ ଚାଲିବ ଏବଂ ଜନସାଧାରଣ ଙ୍କୁ ସୁଗମ ପରିବହନ ର ସୁବିଧା ଯୋଗାଇବ ବୋଲି ସେ କହିଛନ୍ତି । ସେ କହିଛନ୍ତି ପୂର୍ବ ବିଜେଡି ସରକାର ନିର୍ବାଚନ କୁ ପ୍ରଭାବିତ କରିବାକୁ ଲକ୍ଷ୍ମୀ ବସ ସେବା କରିଥିଲେ । ହେଲେ ଏବେ ରାଜ୍ୟ ସରକାର ସବୁ ରୁଟ ରେ ମୁଖ୍ୟମନ୍ତ୍ରୀ ବସ ସେବା ଚଳାଇବେ। ଏଥିରେ ବରିଷ୍ଠ ନାଗରିକ ମହିଳା ଏବଂ ଛାତ୍ର ଛାତ୍ରୀ ମାନଙ୍କୁ 50% ରିହାତି ମିଳିବ। ଏହା ସହିତ ରାଜ୍ୟରେ ୧୨ ଟି ନୂଆ ସୁପର ପ୍ରିମିୟମ ଡିଲକ୍ସ ବସ ଚାଲିବ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।
0 Comments