ସରଵାହାଲ ମୁଖ୍ୟ ରାସ୍ତା ଉପରେ ପଡ଼ିଲା ବିରାଟ ଗଛ। ଝାରସୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ଗତ କାଲି ଅପରାହ୍ନ ପାଞ୍ଚଟା ସମୟରେ ପ୍ରବଳ ବେଗରେ ପବନ ବହିବା ସହିତ ସାମାନ୍ୟ ବର୍ଷା ହେଵା ଫଳରେ ସରଵାହାଲ ରେଳ ଫାଟକ ନିକଟ ମୁଖ୍ୟ ରାସ୍ତା ଉପରେ ଏକ ବିରାଟ ଗଛ ପଡ଼ିବାରୁ ଗାଡ଼ି ଚାଳକ ଶିଳ୍ପାନୁଷ୍ଠାନ କର୍ମଚାରୀ ଛାତ୍ରଛାତ୍ରୀ ସମେତ ବାଟୋଇ ଯିବା ଆସିବା କରିବାପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା। ଟ୍ରାଫିକ ସମସ୍ୟା ଗୁରୁତର ହେଵା ଫଳରେ ଟ୍ରାଫିକ ପୋଲିସ ବାବାଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ଠିକ୍ ସେହିପରି ସହରର ସରଵାହାଲ ଵୁଡାପଡା ଵୁରୋମାଲ ପୁରୁଣା ବସଷ୍ଟାଣ୍ଡ, ମଙ୍ଗଳଵଜାର, ବଢେଇ ମୁଣ୍ଡା ଵିଟିଏମ, ଏକାତାଲି, ବୃନ୍ଦାମାଲ, ଭୂର୍କାମୁଣ୍ଡା ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ଦୋକାନ ସମେତ ଘର ଗୁଡିକର ଆଜଵେଷ୍ଟ୍ରର ଉଡ଼ାଇ ନେଇଥିବା ବେଳେ ବିଦ୍ୟୁତ ସେବା ଠପ୍ ହୋଇଥିଲା
0 Comments