ନବ ଦାସଙ୍କ ଝାରସୁଗୁଡ଼ା ଘରେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍


 ନବ ଦାସ ଙ୍କ ବାସଭବନରେ କ୍ରାଇମବ୍ରାଞ୍ଚର ଟିମ୍। ଦିପାଳୀ ଏବଂ ବିଶାଳ ଙ୍କୁ କରୁଛି ପଚରା ଉଚୁରା।

ନବ ଦାସ ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ପ୍ରଥମେ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ ବୋଲି ପରିବାର ଲୋକେ କହୁଥିଲେ ଏବଂ ଏ ନେଇ ନବ ଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ଙ୍କୁ ଇମେଲ ମଧ୍ୟ କରିଥିଲେ। 

ଏବେ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ ନବ ଦାସ ଙ୍କ ସରବାହାଲ ସ୍ଥିତ ବାସଭବନ ରେ ଦିପାଳୀ ଓ ବିଶାଳ ସମେତ ପରିବାର ଲୋକଙ୍କୁ ପଚରା ଉଚୁରା ଆରମ୍ଭ କରିଛି। 

ଏହା ପୂର୍ବରୁ ମାର୍ଚ୍ଚ ୩ରେ ନବଙ୍କ ପୁଅ ବିଶାଳ ଓ ଝିଅ ଦିପାଳୀଙ୍କୁ ହାଜର ପାଇଁ କ୍ରାଇମବ୍ରାଞ୍ଚ ନୋଟିସ୍ ଦେଇଥିଲେ ହେଁ ଉଭୟ ହାଜର ହୋଇ ନଥିଲେ ।

ବରଂ ସମସ୍ତ ପଚରା ଉଚୁରା ଝାରସୁଗୁଡ଼ା ରେ ହିଁ କରାଯାଉ ବୋଲି ଦିପାଳୀ ଓ ବିଶାଳ କ୍ରାଇମବ୍ରାଞ୍ଚ କୁ  ଅନୁରୋଧ କରିଥିଲେ। 

ତେବେ ଏ ନେଇ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ବିଜୟ ମଲ୍ଲିକ ସହିତ କ୍ରାଇମବ୍ରାଞ୍ଚ ଡିଏସପି ଦୀପ୍ତିମୟୀ ମଲ୍ଲିକ ନବ ଦାସଙ୍କ ସରବାହାଲ ଘରେ ଉପସ୍ଥିତ ରହି ପରିବାର ଲୋକଙ୍କ ବୟାନ ରେକର୍ଡ କରୁଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done