ନବ ଦାସ ହତ୍ୟା ମାମଲାରେ ପୋଲିସଠାରୁ ବନ୍ଧୁକ ଛଡ଼ାଇ ନେଇଥିବା ସରୋଜ ସା’ଙ୍କୁ ପଚରାଉଚରା ସହ ବୟାନ ରେକର୍ଡ


 ନବ ଦାସ ହତ୍ୟା ମାମଲା ତଦନ୍ତରେ କ୍ରାଇମବ୍ରାଞ୍ଚ୍ ଟିମ୍ ପହଞ୍ଚିଲା ବ୍ରଜରାଜନଗର ଥାନା ।

କ୍ରାଇମବ୍ରାଞ୍ଚ୍ ର ଟିମ୍ ନବ ଦାସ ହତ୍ୟା ମାମଲା ତଦନ୍ତ କୁ ନେଇ ପଞ୍ଚମ ଦିନରେ ବ୍ରଜରାଜନଗର ଥାନାରେ ଯାଇ ପହଞ୍ଚିଛି ।

ନବ ଦାସ ହତ୍ୟା କାଣ୍ଡ ଦିନ ତତ୍କାଳୀନ IIC ପ୍ରଦ୍ୟୁମ୍ନ ଙ୍କ ଠାରୁ ବନ୍ଧୁକ ଛଡ଼ାଇ ନେଇଥିବା ଯୁବକ ସରୋଜ ସା ଙ୍କୁ କ୍ରାଇମବ୍ରାଞ୍ଚ୍ ଟିମ୍ ଜେରା କରିଛି। 

ଘଟଣା ଦିନ ନବ ଙ୍କୁ ଗୁଳି ବାଜିବା ପରେ ହୋ ହାଲ୍ଲା ଭିତରେ ସରୋଜ IIC ଙ୍କ ଠାରୁ ନବ ଙ୍କୁ ଯେଉଁ ବନ୍ଧୁକ ରୁ ଗୁଳି ମାଡ଼ ହୋଇଥିଲା ସେ ବନ୍ଧୁକ ଟି ଛଡ଼ାଇ ନେଇଥିଲେ। 

ତେବେ ଏ ନେଇ କ୍ରାଇମବ୍ରାଞ୍ଚ ଟିମ୍ ସରୋଜ ଙ୍କ ବୟାନ ରେକର୍ଡ କରିଛି। ବିଗତ ପାଞ୍ଚ ଦିନରେ କ୍ରାଇମବ୍ରାଞ୍ଚ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ CDMO ଏବଂ ଷ୍ଟାଫ୍ ନର୍ସ ଙ୍କ ସମେତ ଏୟାରପୋର୍ଟ ର ଅଧିକାରୀ ମାନଙ୍କର ମଧ୍ୟ ବୟାନ ରେକର୍ଡ କରିଛି। ଏହା ସହିତ ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲେ। ଏହି ପରିପ୍ରେକ୍ଷୀରେ ରେ ଆଜି ସରୋଜ ସା ଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done