ବାରବାଟୀରେ ଇଣ୍ଡିଆ ଆଉ ଇଂଲଣ୍ଡ ମ୍ୟାଚ୍ ଚାଲୁଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍


 ଇଣ୍ଡିଆ ଆଉ ଇଂଲଣ୍ଡ ର ମ୍ୟାଚ ଚାଲିଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍। 

ଓଡ଼ିଶା ବାରବାଟୀ ଷ୍ଟାଡିୟମ୍ ରେ ଇଣ୍ଡିଆ ଆଉ ଇଂଲଣ୍ଡ ର କ୍ରିକେଟ୍ ମ୍ୟାଚ ଚାଲିଛି।

 ଏ ନେଇ ଓଡ଼ିଶା ରେ କ୍ରିକେଟ ପ୍ରେମୀ ଙ୍କ ମନରେ ଏକ ଖୁସି ର ଲହର ଖେଳିଯାଇଥିବା ବେଳେ ସେପଟେ ବାରବାଟୀ ଷ୍ଟାଡିୟମ୍ ଅବହେଳା ପାଇଁ ମ୍ୟାଚ ମଝିରେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯିବା ଏକ ଲଜ୍ଜାଜନକ ମୁହୂର୍ତ୍ତ ପାଲଟିଛି। 

ଭାରତୀୟ ଦଳର ଇନିଙ୍ଗସ୍ ସମୟରେ ଯେତେବେଳେ ଟିମ୍ ଇଣ୍ଡିଆର ଦୁଇ ବ୍ୟାଟର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ବ୍ୟାଟିଂ କରୁଥିଲେ ସେତେବେଳେ ଫ୍ଲଡ ଲାଇଟ୍ ବନ୍ଦ ହୋଇଯାଇଥିଲା। ପ୍ରାୟ ୨୫ ମିନିଟ୍ ଅନ୍ଧାର ପରେ ଖେଳ ଆରମ୍ଭ ହୋଇଥିଲା।

 ଏ ନେଇ ଭାରତୀୟ କ୍ରିକେଟ ଟିମ୍ ଖେଳାଳି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଟିମ୍ ର କ୍ୟାପଟେନ ରୋହିତ ଶର୍ମା ମଧ୍ୟ  ବିରକ୍ତି ପ୍ରକାଶ କରିଥିଲେ। 

ତେବେ  ପ୍ରଶ୍ନ ଉଠୁଛି ଓସିଏ ଉପରେ। ଏତିକି ପ୍ରସ୍ତୁତି ସତ୍ତ୍ବେ ଫ୍ଲଡ ଲାଇଟ୍ ବନ୍ଦ ହେଲା କିପରି?

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done