ଚଳିତ ଫେବୃଆରୀ ମାସ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି।
ଫେବୃଆରୀ 21ରୁ ମାର୍ଚ୍ଚ 6 ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ତେଣୁ ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି।
ଚଳିତ ବର୍ଷ ମୋଟ 5 ଲକ୍ଷ 22 ହଜାର 336 ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଯାହାପାଇଁ 3133 ପରୀକ୍ଷା କେନ୍ଦ୍ର କରାଯାଇଛି।
ତେବେ ପ୍ରଶ୍ନପତ୍ର ଲିକ୍ ରୋକିବାକୁ ପ୍ରଥମଥର ପାଇଁ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ । ଏହା ସହିତ ରହିବ କ୍ୟୁଆର କୋଡ୍ ଓ ସିରିଏଲ ନମ୍ବର। 314 ଟି ନୋଡାଲ ସେଣ୍ଟର ରେ ଲାଗିବ ସିସିଟିଭି କ୍ୟାମେରା।
ତେବେ ଯଦି ପ୍ରଶ୍ନପତ୍ର ଭାଇରଲ ହୁଏ ତାହାଲେ କପି ରୋକିବା ପାଇଁ ନୋଡାଲ ସେଣ୍ଟର ରେ ଲାଇଭ ଷ୍ଟ୍ରିମଙ୍ଗ କରାଯିବ।
କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।
0 Comments