ଏଥିରେ ମୁଖ୍ୟଅତିଥି ଭାବରେ ଏକ୍ସନ ଇସ୍ପାତ ମାରାକୁଟା ର ମୁଖ୍ୟ ଶ୍ରୀ ଚରଣ କୁମାର ଜେନା, ଯୋଗ ଦେଇଥିବା ବେଲେ ସମ୍ମାନିତ ଅତିଥି ଭାବରେ ଗ୍ରାମ୍ୟ ଶିକ୍ଷା କମିଟି ର ସଭାପତି ନରୋତମ ସାହୁ ଯୋଗଦେଇଥିଲେ
ମୁଖ୍ୟ ବକ୍ତା ଭାବରେ ଆଦର୍ଶ ପଂଚାୟତ ହାଇସ୍କୁଲ ସ୍କୁଲ ଜମେରା ର ବିଜ୍ଞାନ ଶିକ୍ଷକ କିଶୋର କୁମାର ମହାନ୍ତି ଯୋଗ ଦେଇ ବିଦ୍ୟାଳୟ ର ଛତ୍ରଛାତ୍ରୀଙ୍କୁ ସୁସ୍ଥ ଶରୀର ପାଇଁ କ୍ରୀଡା ର ଆବଶ୍ୟକ ତା ଓ ଉପାଦେୟତା ବିଷୟରେ ବୁଝାଇଥିଲେ ଝାରସୁଗୁଡା ବ୍ଲକ ଶିକ୍ଷା ବିଭାଗର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ /ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମାନ ରବୀନ୍ଦ୍ର କୁମାର ସାହୁ ସଭାପତିତ୍ୱ କରି ବିଦ୍ୟାଳୟ ର ସର୍ବାଙ୍ଗୀନଉନ୍ନତି କାମନା କରିଥିଲେ, ସଭାରେ ଅନ୍ୟତମ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦ୍ବୟ ଶ୍ରୀ ମାନ ସୁଶାନ୍ତ ହୋତା ଓ ଅଜୟ ପାଟ ଯୋଶୀ,ସ୍ଥାନୀୟ ସରପଞ୍ଚ, ପୁରାତନ ଛାତ୍ର ସଂଗଠନ ଆଦର୍ଶ ପଂଚାୟତ ଉଚ୍ଚ ବିଦ୍ୟାଳୟ ଗ୍ରୁପର ସଭାପତି ସୁରୁ ବାବୁ, ଚନ୍ଦ୍ରକାନ୍ତ ମିରିଗ, ମନୋଜ ସିଂ , ହୁସେନ ଖରସେଲ, ମାରାକୁଟା ଗ୍ରାମର ପରମେଶ୍ୱର ବୀରତିଆ . ହାଇସ୍କୁଲ ର ସୁରମା ପଟେଲ ଓ ପୂର୍ବତନ ସରପଞ୍ଚ ରାଜକୁମାର ବୁଡ଼ା ମଂଚାସୀନ ଥିଲେ. ବରିଷ୍ଠ ଶିକ୍ଷକ ନୀଳାଦ୍ରୀ ପଟେଲ ପୁରସ୍କାର ଘୋଷଣା କରୁଥିବା ବେଲେ ଅତିଥି ମାନେ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ, ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ମାନ ପ୍ରମୋଦ ବଢ଼େଇ, ସନ୍ତୋଷ ଖରସେଲ ଓ ଶିକ୍ଷୟିତ୍ରୀ ଯଶୋଦା ଗରଡିଆ ଏବଂ ଗ୍ରାମ୍ୟ ଶିକ୍ଷା କମିଟି ର ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥଲେ ଶେଷରେ ଶ୍ରୀ ପଟେଲ ଧନ୍ୟବାଦ ଅର୍ପଣ କରିଥଲେ
0 Comments