ନବୀନ ନିବାସରେ ପହଞ୍ଚିଲା ବ୍ରଜରାଜନଗର କଳି


 ଝାରସୁଗୁଡ଼ା ବିଜେଡିରେ କନ୍ଦଳ । ପୌର ପରିଷଦର ଅଧ୍ୟକ୍ଷାଙ୍କ ଅଭିଯୋଗ ଜାଣିଶୁଣି ମହିଳାଙ୍କୁ କରାଯାଉଛି ହଇରାଣ । ସେପଟେ ଦୀପାଳି ଦାସଙ୍କୁ ନବୀନ ନିବାସ ଡାକରା ହୋଇଛି । ଦୀପାଳି ଏବଂ ତାଙ୍କ ଭାଇ ବିଶାଳ ଯାଇ ପହଞ୍ଚିଛନ୍ତି ନବୀନ ନିବାସରେ ।

ବ୍ରଜରାଜନଗର ପୌର ପରିଷଦ ଅଧ୍ଯକ୍ଷା ଯାଜ୍ଞସେନୀ ଓରାମଙ୍କ ବିରୋଧରେ ଅନାସ୍ଥା ଆସିଥିବା ବେଳେ ନବୀନ ନିବାସରୁ ବିଜେଡି ନେତ୍ରୀ ଦୀପାଳି ଦାସଙ୍କୁ ଡାକରା ହୋଇଛି । ନବୀନଙ୍କ ଉଦ୍ଦେଶ୍ୟରେ ଭିଡ଼ିଓ ଜାରି କରି ଯାଜ୍ଞସେନୀ କହିଥିଲେ, ବିଜେଡି ଲୋକ ଏଠାରେ ବିଜେଡିି ନେତାଙ୍କ ବିରୋଧରେ କାମ କରୁଛନ୍ତି ।

ତେବେ ପୂର୍ବରୁ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ବ୍ରଜରାଜନଗର ଅଧ୍ୟକ୍ଷା ସମସ୍ତ ଘଟଣା ଜଣାଇଥିଲେ । ହେଲେ ତାହା ଆପଣ ପାଇଲେ କି ନାହିଁ ଜାଣି ନାହିଁ ବୋଲି ମଧ୍ୟ ଅଧ୍ୟକ୍ଷା କହିଛନ୍ତି । ବିଜେଡି ଲୋକ ଦଳୀୟ ନେତାଙ୍କ ବିରୋଧରେ କାମ କରିବା କେତେଦୂର ଠିକ ? ବିଜେଡି ଯଦି ଲୋକଙ୍କର ବିକାଶ ଚାହୁଁଛି ତେବେ ଏହି ଅନାସ୍ଥା ପ୍ରସ୍ତାବ ଆସିବା କଥା ନୁହେଁ । ଯଦି ମୁଁ ଦୁର୍ନୀତି କରୁଛି ତଦନ୍ତ କରନ୍ତୁ, ସତ ମିଛ ଜଣାପଡିବ ବୋଲି ସେ ଭିଡିଓ ମାଧ୍ୟମରେ ନବୀନଙ୍କୁ ଜଣାଇଛନ୍ତି । ଅନାସ୍ଥା ପଛରେ ଦୀପାଳିଙ୍କର ହାତ ଥିବା ଅଭିଯୋଗ ପରେ ନବୀନ ନିବାସରୁ ଡାକରା ଆସିଥିଲା । ଦିପାଳି ଏବଂ ତାଙ୍କ ଭାଇ ବିଶାଳ ନବୀନ ନିବାସରେ ପହଞ୍ଚି ଥିବା ବେଳେ ସୁପ୍ରିମୋଙ୍କ ଉପସ୍ଥିତିରେ ଦୀପାଳିଙ୍କୁ ବୁଝାଇବାକୁ ଉଦ୍ୟମ ହୋଇଥିବା ମଧ୍ୟ କୁହାଯାଉଛି । ତେବେ ନବୀନ ନିବାସରେ ବ୍ରଜରାଜନଗର କଳି ପହଞ୍ଚିଥ‌ିବା ବେଳେ ଏହାର ସମାଧାନ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା । ତେବେ ଏହା ଆଗରୁ ବିଜେଡ଼ି ଦଳରେ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଳକ୍ ଅଧ୍ୟକ୍ଷାଙ୍କ ପାଇଁ ମଧ୍ୟ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ଏବେ ବ୍ରଜରାଜନଗର ପୌର ପରିଷଦରେ ଅନାସ୍ଥା ପ୍ରସ୍ତାବ ଘଟଣା ଦେଖିବାକୁ ମିଳିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done