ଓୟୋ ରେ ରୁମ୍ ବୁକିଙ୍ଗ କୁ ନେଇ ବାହାରିଲା ନୂଆ ନିୟମ। ଅବିବାହିତ ଙ୍କୁ ଓୟୋ ରେ ପ୍ରବେଶ ମନା।
ଏଣିକି ସମ୍ପର୍କର ପ୍ରମାଣ ପତ୍ର ନ ଦେଲେ କୌଣସି ଦମ୍ପତ୍ତି ଓୟୋ ରେ ରୁମ ବୁକିଙ୍ଗ କରିପାରିବେ ନାହିଁ।
ଉତ୍ତରପ୍ରଦେଶ ର ମେରଠ ରେ ଲାଗୁ ହେଇଛି ଏଭଳି ନିୟମ। ସମାଜ ର ରୀତି ନୀତି କୁ ଦୃଷ୍ଟି ରେ ରଖି ଏବଂ ମେରଠ ବାସୀଙ୍କ ଅନୁରୋଧ ରେ ଓୟୋ କମ୍ପାନୀ ର କତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି।
ତେବେ ଅବିବାହିତ ଦମ୍ପତ୍ତି ଓୟୋ ରେ କୌଣସି ରୁମ ନେଇ ପାରିବେ ନାହିଁ ଆଉ ଯଦିଓ ଦମ୍ପତ୍ତି ବିବାହିତ ଥାଆନ୍ତି ତେବେ ରୁମ ବୁକିଙ୍ଗ ଆଗରୁ ସମ୍ପର୍କ ପ୍ରମାଣପତ୍ର ରିସେପସନ ରେ ଦେବାକୁ ପଡ଼ିବ।
ଅନଲାଇନ୍ ବୁକିଂ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ ।
ଏହି ନିୟମ ଏ ପର୍ଯ୍ୟନ୍ତ କେବଳ ଉତ୍ତରପ୍ରଦେଶ ର ମେରଠ ରେ ଲାଗୁ ହୋଇଛି। ତେବେ ଏହି ନିୟମ ଯଦି ସଠିକ୍ ଭାବେ କାର୍ଯ୍ୟକାରୀ ହେଲା ତେବେ ଦେଶର ବିଭିନ୍ନ ରାଜ୍ୟରେ ଏହି ନିୟମ କୁ ଲାଗୁ କରାଯିବ ବୋଲି ଓୟୋ କମ୍ପାନୀ କତୃପକ୍ଷ ସୂଚନା ଦେଇଛନ୍ତି।
0 Comments