ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୬ ତମ ଜନ୍ମ ଜୟନ୍ତୀ।


 ଆଜି ବୀର ସୁରେନ୍ଦ୍ର ସାଏଙ୍କ ୨୧୬ ତମ ଜନ୍ମ ଜୟନ୍ତୀ।

ନାଆଁ ତାଙ୍କର ପୁରା ଓଡ଼ିଶା ଜାଣେ। ସମ୍ବଲପୁର ର ଖିଣ୍ଡା ରେ ୨୩ ଜାନୁଆରୀ ୧୮୦୯ ମସିହା ରେ ଜନ୍ମଗ୍ରହଣ କରିଥିଲେ ବୀର ସୁରେନ୍ଦ୍ର ସାଏ। ଇଂରେଜ ସରକାର ଙ୍କ  ବିରୋଧରେ ଆନ୍ଦୋଳନ କରିଥିବା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ବୀର ସୁରେନ୍ଦ୍ର ସାଏ।

୧୮୫୭ ସିପାହୀ ବିଦ୍ରୋହ କୁ ଦେଶରେ ପ୍ରଥମ ସ୍ବାଧୀନତା ସଂଗ୍ରାମ ରୂପେ ଗ୍ରହଣ କରାଯାଇଛି ମାତ୍ର ଏହାର ଠିକ୍ ୩୦ ବର୍ଷ ପୂର୍ବେ ମାତ୍ର ୧୮ ବର୍ଷ ବୟସରେ ସେ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାରଙ୍କ ବିରୋଧରେ ‘ଉଲଗୁଲାନ’ ଆନ୍ଦୋଳନ ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ଏହା ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା । ତାଙ୍କ ବିଦ୍ରୋହ ର ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ, ସୁସଂହତ ତଥା ବୀରତ୍ୱପୂର୍ଣ୍ଣ ଥିଲା । ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା । ଆଜି ଭି ତାଙ୍କ ବିରତ୍ଵ ର କଥା ସାରା ଓଡ଼ିଶା ବାସୀଙ୍କ ପାଖେ  ପରିଚିତ ଅଛି। ଯେଭଳି ଜାତୀୟ ସ୍ତରର ସ୍ୱାଧୀନତା ସଂଗ୍ରାମୀ ର ମର୍ଯ୍ୟାଦା ମିଳିବା କଥା ତାହା ତାଙ୍କୁ ମିଳି ପାରି ନାହିଁ କିନ୍ତୁ ଝାରସୁଗୁଡ଼ାସ୍ଥିତ ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନାମରେ ନାମିତ କରି ଝାରସୁଗୁଡ଼ା ବାସୀ ତାଙ୍କୁ ବେଶ୍ ଗୌରବାନିତ୍ୱ କରିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done