ମାନସିକ ଅନଗ୍ରସର ମହିଳା ଉଦ୍ଧାର ।
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅନ୍ତର୍ଗତ ଖଲିଆକାନି ପାଖ ଶନି ମନ୍ଦିର ନିକଟରେ ଗତ କିଛି ଦିନ ହେଲା ଜଣେ ମାନସିକ ଅନଗ୍ରସର ମହିଳା(୬୫)ରାସ୍ତା କଡ଼ରେ ରହୁଥିଲେ।କେହି ବ୍ୟକ୍ତି କଣ ଖାଇବାକୁ ଦେଉଥିଲେ ଖାଉଥିଲେ ନହେଲେ ଭୋକ ଉପାସରେ ରହୁଥିଲେ ।ଏବିଷୟରେ ଖବର ଜାଣିବା ପରେ ଗତ କାଲି ‘ନୂଆ ଆଶା’ ସଙ୍ଗଠନର ଉପ ସଭାପତି ମିତା ଦୀପ ଏବଂ କାର୍ଯ୍ୟକର୍ତା ମାନେ ବ୍ରଜରାଜନଗର ଆଇ:ଆଇ:ସି ଙ୍କୁ ଲିଖିତ ଜଣାଇଥିଲେ ।ଏହି ଘଟଣାକୁ ଗୁରୁତ୍ୱ ଦେଇ ଆଜି ବ୍ରଜରାଜନଗର ପୋଲିସ ସହାୟତା ରେ ନୂଆଁଆଶା ସ୍ବେଚ୍ଛାସେବୀ ସଂଗଠନର ସଂପାଦକ ଅନିତା କାଲୋ, ସହ ସଂସ୍ଥାପକ ନେତ୍ରାନନ୍ଦ ସାହୁ, କୋଷାଧ୍ୟକ୍ଷ ନିରୁ ସାହୁ,ଜ୍ୟୋସ୍ନାରାଣୀ ସା,କେଶବ ଗହୀର ପ୍ରମୁଖ ପହଂଚି ତାଙ୍କୁ ଗାନ୍ଧୀ ଛକରୁ ଉଦ୍ଧାର କରି ଏଚ୍:କଟାପାଲି ମିଶନ ଆଶ୍ରା:୨ କୁ ନେଇ ରଖିଥିଲେ ।
0 Comments