ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କୁ ଭିଡିଓ ମେସଜ ପଠାଇଲେ ବ୍ରଜରାଜନଗର ପୌର ପରିଷଦ ଚେୟାରମ୍ୟାନ ଯାଜ୍ଞସେନି ଓରାମ


 ବ୍ରଜରାଜନଗର ମ୍ୟୁନିସିପାଲଟି କାଉନସିଲର କାନ୍ଦି କାନ୍ଦି କଲେ ଏକ ଭିଡ଼ିଓ ଜାରି। ଆଦିବାସୀ ମହିଳା ବୋଲି ମତେ ହଇରାଣ କରୁଛନ୍ତି ଭଳି ଅଭିଯୋଗ ଆଣିଲେ ଯାଜ୍ଞସିନି ଓରାମ।

ବ୍ରରାଜନଗର ନିର୍ବାଚନ ମଣ୍ଡଳୀ  ରେ ଏବେ ଅନାସ୍ଥା ପ୍ରସ୍ତାବ କୁ ନେଇ ଚାଲିଛି ରାଜନୀତି। ବ୍ରରାଜନଗର ପୌରଧକ୍ଷା ଯାଜ୍ଞସିନି ଓରାମ ଙ୍କୁ ଗାଦିଚ୍ୟୁତ କରିବା ପାଇଁ ତାଙ୍କ ନିଜ ବିଜେଡି ଦଳ ହିଁ ଷଡ଼ଯନ୍ତ୍ର ଆରମ୍ଭ କରିଛି। ପୂର୍ବରୁ ଓରାମ ପୌରଧକ୍ଷା ହିସାବରେ ଯେକୌଣସି କାମ କରୁଥିଲେ ତାଙ୍କୁ ବ୍ରଜରାଜନଗର ମ୍ୟୁନିସିପାଲଟି ର executive officer ସବୁବେଳେ ହଇରାଣ କରୁଥିଲେ। ଏ ନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ବାରମ୍ବାର ଚିଠି ଲେଖି ଜଣାଇଥିଲେ ମଧ୍ୟ କୌଣସି ସମାଧାନ ମୂଳକ ପଦକ୍ଷେପ ଦଳ ତରଫରୁନିଆଗଲା ଗଲା ନାହିଁ । ଏବେ ପୁଣି ଓରାମ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବାରୁ ସେ ଆଉ ଥରେ ଏକ ଭିଡ଼ିଓ ଜାରି କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ନିନ ବାର୍ତ୍ତା ଦେଇଛନ୍ତି। "ଯଦି ମୁଁ କୌଣସି ଦୁର୍ନୀତି କରିଥାଏ , ତେବେ ମୋ ଉପରେ ତଦନ୍ତ କରାଯାଉ" ବୋଲି ସେ କହିଛନ୍ତି। ଏଭଳି ଭାବେ ତାଙ୍କୁ ଅପମାନିତ ନ କରାଯାଉ ଏବଂ ତାଙ୍କ ଉପରେ କରାଯାଉଥିବା ଦୁର୍ନୀତି ଅଭିଯୋଗ କୁ ସଠିକ୍ ଭାବେ ତଦନ୍ତ କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done