ସମୟ ଗଡି ଚାଲିଛି, ହେଲେ ମନରୁ ଯାଉନି ବେଦନା। ଅଭୂଲା ସ୍ମୃତି ଭଳି ଆଖି ସାମ୍ନା ରେ ନାଚି ଯାଉଛି ଝାରସୁଗୁଡ଼ା ବାସୀଙ୍କ ଅତି ପ୍ରିୟ କିଶୋର ଦାଦାଙ୍କ ହସି। ଯାହା ଆଉ କେବେ ସଦ୍ୟ ଦେଖିବାକୁ ମିଳିବନି। ଆଜିର ଦିନରେ ସବୁ ଆଡେ ନୂଆବର୍ଷ ପାଇଁ ସଜବାଜ ହଉଥାଏ। ହେଲେ ଝାରସୁଗୁଡ଼ାର ପୁର୍ବତନ ବିଧାୟକ ତଥା ସ୍ଵୟଂ କାଳର ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ଜୀବନ ଚାଲିଯିବା ଘଟଣା ନିଶବ୍ଦ କରିଦେଇଥିଲା ସାରା ଝାରସୁଗୁଡ଼ା ସମେତ ଓଡ଼ିଶାକୁ। ଭୁଲି ହଉନି ସେହି ମୁହୂର୍ତ୍ତ, ଯେମିତିକି ରହି ଯାଇଥିଲା ସମୟ ବିଶ୍ୱାସ ହେଉନଥିଲା ସେହି ସମାଚାର ଲୋକ ଘରୁ ଯାଇ ବୁଝି ଆସୁଥିଲେ କଣ ୟେ ସତ? କାନ୍ଦୁଥିଲା ସାରା ଝାରସୁଗୁଡ଼ା। ଏ ମଧ୍ୟରେ ବିତି ଗଲାଣି ତିନି ବର୍ଷ ହେଲେ ଆଜି ବି ଲାଗୁଛି ଘଟଣା ଟି କାଲି ପରି। କେମିତି ବା ଭୁଲି ପରିବା ତାଙ୍କୁ , ତାଙ୍କର ଥିଲା ମହାନ୍ ବ୍ୟକ୍ତିତ୍ଵ, ଆଜି ଝାରସୁଗୁଡ଼ା ଜିଲ୍ଲା ଯାଇ ପରିଚତ ସାରା ଭାରତ ବର୍ଷରେ ଆଉ ଝାରସୁଗୁଡ଼ା କୁ ନିଜ ହାତ ଧରି ଗଢି ତୋଳିବା ରେ ତାଙ୍କ ଅବଦାନ ଅତୁଳନୀୟ। ଝାରସୁଗୁଡ଼ାକୁ ଜିଲ୍ଲା ଘୋଷଣା କରିବା ଠାରୁ, ଝାରସୁଗୁଡାରେ କଳକାରଖାନା ରୁ ରାସ୍ତା ଘାଟ, ଡାକ୍ତରଖାନା, ନଇ ପୋଖରୀ ଅନେକ କିଛି ସେ କରିଥିଲେ। ତାଙ୍କର ଜୀବନ ରେ ଥିଲା ରାଜନୈତିକ ପରିପକ୍ୱତ ସେ ଥିଲେ ବିଜେଡି ଦଳର ପଶ୍ଚିମ ଓଡ଼ିଶାର ଏକ ପ୍ରିୟ ନେତା, ଅନେକ ଥର ବିଜେଡି ଦଳରେ ଥାଇ ଝାରସୁଗୁଡ଼ା ଓ ବ୍ରଜରାଜନଗରରୁ ବିଧାୟକ ଥିଲେ। ଖାଲି ସେତିକି ନୁହେଁ ସେ ଥିଲେ ବିଧାନସଭାର ବାଚସ୍ପତି ମଧ୍ୟ। ସତରେ ସେ ଥିଲେ ସମସ୍ତଙ୍କ ପ୍ରିୟ, ଯାହା ଲୋକେ ତାଙ୍କୁ ଗୁହାରି କରୁଥିଲେ କିଶୋର ବାବୁ ତାକୁ ଅତି ଶିଘ୍ର ସମାଧାନ କରୁଥିଲେ। ହେଲେ ଖାଲି ଲାଗୁଛି ସେ ସ୍ଥାନ ଆଜି ହେଲେ ତାଙ୍କର ମହତ୍ କାର୍ଯ୍ୟ ସମସ୍ତଙ୍କ ମନରେ ଜାଗା କରି ବସିଛି। ଆଜି ତାଙ୍କ ପୁନ୍ୟତିଥି ରେ ଆମ ଭାଇରାଲ ଝାରସୁଗୁଡ଼ା ତରଫରୁ ଶ୍ରଦ୍ଧାଞ୍ଜଳି।
0 Comments