ଏହି ପ୍ରତିଯୋଗିତା ର ଆଜି ଶେଷ ଦିନରେ ୫ଟି ମ୍ୟାଚ ସିନିୟର ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ଉଦ୍ଘାଟନୀ ମ୍ୟାଚ ଏଲ୍.ଏନ୍ କଲେଜ ଝାରସୁଗୁଡା ଓ ପି.କେ.ଏସ.ଏସ ଜୁନିୟର କଲେଜ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ଏହି ଖେଳକୁ ଝାରସୁଗୁଡା ଅତିରିକ୍ତ ଜିଲ୍ଳାପାଳ ବ୍ରଜବନ୍ଧୁ ଭୋଇ ମୁୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ । ଅନ୍ୟ ସମ୍ମାନୀୟ ଅତିଥି ଭାବରେ ଝାରସୁଗୁଡା ଜିଲ୍ଳାକ୍ରୀଡା ସଂଘର ସଂପାଦକ ତାପସ ରାୟ ଚଉଧୁରୀ , ବିଜୟ ବେହେରା , ଜିଲ୍ଳାକ୍ରୀଡା ସଂଘର ଉପ-ସଭାପତି ବ୍ରିଜେଶ ଶର୍ମା , ସହ -ସଂପାଦକ ସୋନୁ ରୋନାଡ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ ।
ଅତିଥି ଭାବରେ ଜିଲ୍ଳା ଶିକ୍ଷା ଅଧିକାରୀ ଡଃ ରାଧାକାନ୍ତ ଗରତିଆ ଓ ଅତିରିକ୍ତ-ଶିକ୍ଷା ଅଧିକାରୀ ପ୍ରଦିପ୍ତ ସା ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ ।
ଫାଇନାଲ ମ୍ୟାଚ ଯାନ୍ତ୍ରୀକ ବିଦ୍ୟାଳୟ ଝାରସୁଗୁଡା ଓ ପି.କେ.ଏସ.ଏସ ଜୁନିୟର କଲେଜ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା ଖେଳର ପ୍ରଥମ ଭାଗରେ ଯାନ୍ତ୍ରୀକ ବିଦ୍ୟାଳୟ ଝାରସୁଗୁଡା ୪ଟି ଗୋଲ ଦେଇ ଆଗୁଆ ରହି ଥିଲେ । ୨ୟ ଭାଗରେ ପି.କେ.ଏସ.ଏସ ଜୁନିୟର କଲେଜ ସଂଘବଦ୍ଧ ହୋଇ ଆକ୍ରମଣ କରି ଏକ ମାତ୍ର କରିବାରେ ସଫଳ ହୋଇ ଥିଲେ । ଶେଷରେ ୪-୧ ଗୋଲରେ ଯାନ୍ତ୍ରୀକ ବିଦ୍ୟାଳୟ ଝାରସୁଗୁଡା ସିନିୟର ବାଳକ ଦଳ ୨୦୨୪ ବର୍ଷର ଚମ୍ପିଆନ ହୋଇ ଅନ୍ୟ ଅତିଥି ଭାବରେ ଫାଇନାଲ ମ୍ୟାଚରେ ଯୋଗ ଦେଇ ଥିବା ଉତ୍କଳ ପ୍ରାଦେଶିକ ମାରୁଆଡି ସମ୍ମିଳନ ର ସଭାପତି ନଭଲ ଅଗ୍ରୱ୍ୱାଲ ଙ୍କ ଠାରୁ ଟ୍ରଫି ଗହଣ କରି ଥିଲେ । ସମ୍ମାନିୟ ଅତିଥି ଭାବରେ ଯୋଗ ଦେଇ ଥିବା ଅର୍ଜ୍ଜୁନ ମୋର ପି.କେ.ଏସ.ଏସ ଜୁନିୟର କଲେଜ କୁ ରନର୍ସ ଅର୍ପ ଟ୍ରଫି ପ୍ରଦାନ କରି ଥିଲେ । ହକି ଆସୋସିଏସନ ଓଡିଶାର ଉପ-ସଭାପତି ଜୀବନ ମହାନ୍ତି ଖେଳ ଗୁଡିକୁ ଶିକ୍ଷା ବିଭାଗ ସହଯୋଗ କରି ଥିବାରୁ ଏହା ସଫଳ ହୋଇ ଥିବା ପ୍ରକାଶ କରି ଥିଲେ । ଶେଷରେ ଜିଲ୍ଳା ହକି ଆସୋସିଏସନ ର ବରିଷ୍ଠ ସଦସ୍ୟ ପ୍ରଜ୍ଵଳ କୁମାର ପଟେଲ ଜିଲ୍ଳା ହକି ଆସୋସିଏସନ ର ଅଶ୍ୱନୀ ପାଣ୍ଡେ ଓ ସୁଶାନ୍ତ ବେହେରା ପ୍ରଭୃତି ସହଯୋଗ କରି ଥିବାରୁ ଧନ୍ୟବାଦ ପ୍ରଦାନ କରି ଥିଲେ ।
ଏହି ଖେଳ ଗୁଡିକୁ ସୁଜିତ ଲାକ୍ରା, ଶକୁନ ନାୟକ, ପ୍ରଫୁଲ କୁଲୁ, ସଂଙ୍ଗିତା ରୋଜ କୁଲୁ ପରିଚାଳନା କରିଥିଲେ ।
0 Comments