ଝାରସୁଗୁଡ଼ା ଜିଲ୍ଲା ସର୍ବ କନିଷ୍ଠ ବାଳିକା ହକି ପ୍ରତିଯୋଗିତାରେ ନବୋଦୟ ବିଦ୍ୟାଳୟ ଚମ୍ପିୟାନ


 ଝାରସୁଗୁଡା ଏଚ. କଟାପାଳି ସ୍ଥିତ ହକି ଷ୍ଟାଡିଅମ ଠାରେ ଜିଲ୍ଲା ହକି ସଂଘ ଏବଂ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଝାରସୁଗୁଡା ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ସର୍ବ କନିଷ୍ଠ ବାଳକ ମାନଙ୍କ ହକି ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି ।ଏହି ପ୍ରତିଯୋଗିତାର ତୃତୀୟ ଦିବସରେ ସକାଳ 9:30 ରେ ଜିଲ୍ଲା ସର୍ବ କନିଷ୍ଠ ହକି ପ୍ରତିଯୋଗିତା ଆରମ୍ଭ ହୋଇଥିଲା, ଏହି ପ୍ରତି ପ୍ରତିଯୋଗିତାରେ ଜିଲ୍ଲାର ତିନୋଟି ଜୋନରୁ ସଫଳ ହୋଇଥ‌ିବା ମୋଟ 4 ଟି ଦଳ ଅଂଶଗ୍ରହଣ କରିଥିଲେ ।  ଫାଇନାଲ ମ୍ୟାଚ  ଜବାହାର ନବୋଦୟ ବିଦ୍ୟାଳୟ, ଝାରସୁଗୁଡା ଏବଂ କକ୍ସ କଲୋନୀ  ବିଦ୍ୟାଳୟ,ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳର ଅନ୍ତିମ ପର୍ଯ୍ୟାୟ ଯାଏଁ କୌଣସି ଦଳ ଗୋଲ  ଦେବାରେ ଅସମର୍ଥ ହେବା ଯୋଗୁ ପେନାଲଟି ସୁଟଆଉଟ କରାଯାଇଥିଲା ଏଥିରେ ଜବାହାର ନବୋଦୟ ବିଦ୍ୟାଳୟ 5-3 ଗୋଲରେ ବିଜୟ ହାସଲ କରି ଚମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚ ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଇରୁ ମହାନ୍ତି ଚାମ୍ପିୟାନ ଦଳ ଏବଂ ରନର ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।ସ୍ଥାନୀୟ ସଦର ଥାନାର ଇନ୍ସପେକ୍‌ଟର ଇନଚାର୍ଜ ସ୍ବପ୍ନା ଗୋଛାୟତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜ ସେବୀକା ଜ୍ଯୋତି ଲାଟ ଯୋଗ ଦେଇ ଖେଳାଳି ମାନଙ୍କ ସହ ପରିଚିତ ହୋଇ ତାଙ୍କୁ ପ୍ରୋତ୍ସାହିତ କରିବା ସହ ଉଚ୍ଚ ମାନର ଖେଳ ପ୍ରଦର୍ଶନ କରିଥ‌ିବା ଯୋଗୁଁ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଆଜିର ଏହି ପ୍ରତିଯୋଗିତାର ହକି ସଙ୍ଘର ସଦସ୍ୟ ବିଜୟ ବେହେରା,ସୁଶାନ୍ତ ବେହେରା, ଜୀବନ ମହାନ୍ତି, ରୀନା ତିର୍କୀ ପ୍ରଭୃତି ଉପସ୍ଥିତ ଥିଲେ I ଏହି ପ୍ରତିଯୋଗିତାଟିକୁ ସୁଜିତ ଲାକ୍ରା, ଶକୁନ ନାୟକ, ପ୍ରଫୁଲ୍ଲ କୁଲୁ, ସଂଗୀତା କୁଲୁ, ସିମନ ବରୁଆ ଏବଂ ଇର୍ଲିଆସ ସୂରିନ ପରିଚାଳନା କରିଥିଲେ । ଆସନ୍ତାକାଲି ବିଭିନ୍ନ ଜୋନରୁ ସଫଳ ହୋଇଥିବା କନିଷ୍ଠ ବାଳିକା ମାନଙ୍କର ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଝାରସୁଗୁଡା ଜିଲ୍ଲା ତଥା ରାଜ୍ୟ ହକି ସଙ୍ଘର ଉପସଭାପତି ଜୀବନ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପରିଶେଷରେ ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ରୀନା ତିର୍କୀ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done