ବିସ୍ଥାପିତ ଓ ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ କଲେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ


 ବିସ୍ଥାପିତ ଓ ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ କଲେ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ।


ନଭେମ୍ବର ସୁଦ୍ଧା ଭୂମିହୀନ ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ରାଜସ୍ବମନ୍ତ୍ରୀ ।


ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିସ୍ଥାପିତ ଓ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା । ରାଜ୍ୟ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ  ଯୋଗଦେଇ ୬୫ ଜଣ ହିତାଧିକାରୀଙ୍କୁ ଏହା ବାଣ୍ଟିଥିଲେ । ସେମାନଙ୍କ ମଧ୍ୟରେ କୋଲାବିରା ବ୍ଳକର ୬, ଲଖନପୁର ବ୍ଳକର ୧୧ ଓ ଝାରସୁଗୁଡ଼ା ବ୍ଲକର ୪୮ ଜଣ ହିତାଧିକାରୀ ରହିଥିଲେ । ପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଏକ ଅଭିଯୋଗ ଶୁଣାଣି ଶିବିର କରିଥିଲା । ଯେଉଁଥିରେ ମୋଟ ୧୮୪ଟି ଅଭିଯୋଗ ଆଗତ ହୋଇଥିଲା । ଏହା ପୂର୍ବରୁ ଜିଲ୍ଲା ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ହୋଇଥିଲା । ଯେଉଁଥିରେ ନଭେମ୍ବର ଶେଷ ସୁଦ୍ଧା ଭୂମିନୀନଙ୍କ ତାଲିକା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଥିଲେ । ଆବାସ ଯୋଜନାରେ ଘରଗୁଡିକର ସ୍ଥିତି କ'ଣ ରହିଛି, ସେଗୁଡ଼ିକୁ ତୁରନ୍ତ ଶେଷ କରିବା, ନୂତନ ହିତାଧିକାରୀ ଚୟନ କରି ଆବାସ ଯୋଜନା ପ୍ରଦାନ କରିବା ଦିଗରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଥିଲେ । ସେପଟେ, ଆସନ୍ତା ଧାନକିଣା ଋତୁ ପାଇଁ ସଜାଗ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ମାର୍କେଟ୍ ୟାର୍ଡଗୁଡ଼ିକର ନିର୍ମାଣ, ଲିପିଭୂମିର ବିକାଶ, ଜାତୀୟ ରାଜପଥରୁ ବେଆଇନ୍ ପାର୍କିଂ ହଟାଇବା, ନଭେମ୍ବର ସୁଦ୍ଧା ସମସ୍ତ ମେଗାଲିପ୍ଟ  ପ୍ରକଳ୍ପ ଚାଲୁ କରିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଥିଲେ । ଏହି  ବୈଠକରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ, ଏସ୍‌ପି ସ୍ମିତ ପରମାର ପୁରୁଷୋତ୍ତମ, ଡିଏଫଓ ମନୁ ଅଶୋକ ଭଟ୍ଟଙ୍କ ସହ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done