ଆଇରନ ରଡ ବୋଝେଇ ଟ୍ରକ ଲୁଟ ଘଟଣାରେ ୫ ଅଭିଯୁକ୍ତ ଗିରଫ ସହ ଏକ ଦେଶୀ ବନ୍ଧୁକ ଜବତ


 ପଞ୍ଚପଡ଼ା ଛକ ନିକଟରୁ ଲୁହା ରଡ ସହ ଟ୍ରକ୍ ଲୁଟ୍ ଅଭିଯୋଗରେ ଝାରସୁଗୁଡ଼ା ପୋଲିସ୍ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ପରେ ଝାରସୁଗୁଡ଼ା ପୋଲିସ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଏସପିଙ୍କ ଅଧ୍ୟକ୍ଷତାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଏସପି ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ୍ କରିଥିଲେ  । ଗତ ଅକ୍ଟୋବର ୧୦ ତାରିଖ ଦିନ ସୁନ୍ଦରଗଡ ଜିଲ୍ଲାର କମଲେଶ ପ୍ରସାଦଙ୍କ ଟ୍ରକ୍ ଡ୍ରାଇଭର ଟ୍ରକ୍ ନେଇ ଝାରସୁଗୁଡ଼ା ସ୍ଥିତ ଶ୍ୟାମ ମେଟାଳିକ୍ସ ରୁ ୨୦ ଟନ୍ ଆଇରନ୍ ରଡ୍ ନେଇ ବାଏପାସ ରାସ୍ତାରେ ଯାଉଥିଲେ । ତେବେ ପଞ୍ଚପଡ଼ା ଠାରେ ଏକ ଆର୍ଟିିିକା ଗାଡ଼ିରେ ପାଞ୍ଚ ଜଣ ଆସି ଟ୍ରକ୍ କୁ ଅଟକାଇ ଥିଲା ।  ଏବଂ ପରେ ଟ୍ରକ୍ ଡ୍ରାଇଭର କୁ ବନ୍ଧୁକ ଦେଖାଇ ସହ ହାତ ଗୋଡ ବାନ୍ଧି ଦେଇ ଟ୍ରକ୍ କୁ ଲୁଟ୍ କରିବା ସହ ଡ୍ରାଇଭରଙ୍କୁ ସିମଡେଗା ସ୍ଥିତ ଏକ ନିଛାଟିଆ ସ୍ଥାନରେ ଫୋଫଡି ଦେଇଥିଲେ । ଡ୍ରାଇଭର ସେଠାରୁ କୌଶଳକ୍ରମେ ମାଲିକଙ୍କ ପାଖକୁ ପହଂଚି ସମସ୍ତ ଘଟଣା କହିବା ପରେ ପୋଲିସ୍ ପାଖରେ ଅଭିଯୋଗ ହୋଇଥିଲା । ଅଭିଯୋଗ କୁ ଆଧାର କରି ପୋଲିସ୍ ଏକ ମାମଲା ମଧ୍ୟ ରୁଜୁ କରିଥିଲା । ଘଟଣାର ତଦନ୍ତ ପାଇଁ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଗଠନ କରାଯାଇଥିଲା । ତେବେ ତଦନ୍ତ ପରେ ଏହି ଲୁଟ୍ ଘଟଣାରେ ସାମିଲ ଥିବା ପାଞ୍ଚ ଜଣ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିଛି । ଏହା ସହିତ ଅଭିଯୁକ୍ତ ମାନଙ୍କ ପାଖରୁ ଏକ ଆଇରନ ରଡ୍ ଭର୍ତି ଟ୍ରକ୍, ଇର୍ଟିଗା ଗାଡ଼ି, ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି ଏବଂ ୮୯୨୦୦ ଟଙ୍କା ଜବତ୍ କରାଯାଇଥିବା ନେଇ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅତିରିକ୍ତ ଏସପି ସୂଚନା ଦେଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done