ବଦଳିଲା ଟ୍ରେନ୍ ଟିକେଟ ବ୍ୟବସ୍ଥା ।
ଅଗ୍ରଣୀ ଟିକେଟ ପାଇଁ ଏବେ ବୁକିଂ ବ୍ୟବସ୍ଥା ବଦଳିଲା।
ଏବେ ରେଳ ବିଭାଗ ର ନୂଆ ବ୍ୟବସ୍ଥା ଯୋଗୁଁ ୨ ମାସ ଅର୍ଥାତ୍ ୬୦ ଦିନ ପୂର୍ବରୁ ମଧ୍ୟ ବିକିଂ ସମ୍ଭବ ହୋଇଛି।
ନଭେମ୍ୱର ୧ ତାରିଖ ରୁ ଏହି ନିୟମ ଲାଗୁ ହେବ।
ଏଣିକି ଚାରି ମାସ ନୁହେଁ ଦୁଇ ମାସ ଆଗରୁ ଅଗ୍ରଣୀ ଟିକେଟ ବୁକ୍ ହୋଇପାରିବ।
ଏହା ପୂର୍ବରୁ ଯେଉଁମାନେ ଟ୍ରେନ ଟିକେଟ ବୁକିଙ୍ଗ କରିଛନ୍ତି ସେମାନଙ୍କ ପାଇଁ ନୂଆ ନିୟମ ଲାଗୁ ହେବ ନାହିଁ
ତେବେ ଆଗରୁ ୧୨୦ ଦିନ ପୂର୍ବରୁ ଅଗ୍ରଣୀ ଟିକେଟ ବୁକ୍ କରିବାକୁ ପଡ଼ୁଥିଲା କିନ୍ତୁ ଏବେ ତାହା ବଦଳିଛି।
ତେବେ ବିଦେଶୀ ଯାତ୍ରୀ ଙ୍କ ପାଇଁ ଏଥିରେ କୌଣସି ପ୍ରକାର ର ପରିବର୍ତ୍ତନ ନାହିଁ।
ଏ ନେଇ ରେଳ ବିଭାଗ ଘୋଷଣା କରିଥିବା ସୂଚନା ମିଳିଛି।
0 Comments