ନୂଆଖାଇ ଅବସରରେ ,୧୯ ଖଣ୍ଡ ମୌଜାର ଶରଧା ଗ୍ରାମରେ ସ୍ବାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ


 ପଶ୍ଚିମ ଓଡ଼ିଶା ର *ଗଣପର୍ବ ନୂଆଖାଇ* ଅବସରରେ ,୧୯ ଖଣ୍ଡ ମୌଜାର *ଶରଧା* ଗ୍ରାମରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ସହ  ଗ୍ରାମବାସୀଙ୍କ ତରଫରୁ *ଶରଧାର  ବରପୁତ୍ର ଆସିଷ୍ଟାଣ୍ଡ ପ୍ରଫେସର ଡାକ୍ତର ପ୍ରଦୀପ କୁମାର ଭୋଇଙ୍କ ସଦିଚ୍ଛାରେ ଏକ *ସ୍ବାସ୍ଥ୍ୟ ସେବା* କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମର  ଆରମ୍ଭରେ ମା ପଥରାସେନୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା  କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୋଟ୍ ୪୬ ଜଣଙ୍କ ନିଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ବିତରଣ କରା ଯାଇଥିଲା  ।ଆବାଳବୃଦ୍ଧବନିତା ସମସ୍ତଙ୍କ ପାଇଁ ଏହି ସ୍ବାସ୍ଥ୍ୟ ସେବା ଉନ୍ମୁକ୍ତ ଥିଲା ।ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅବସର ପ୍ରାପ୍ତ ଶିକ୍ଷକ ମାନନୀୟ ଖେଦୁ ପଶାଏତ୍, ଆଶାରାମ ପ୍ରଧାନ  ଜଗନ୍ନଥିଆ ସାହୁ  ଗୌରାଙ୍ଗ ସାହୁ ସମେତ ଗାଁର ବୟୋଜ୍ୟେଷ୍ଠ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।ଶେଷରେ ଶ୍ରୀଯୁକ୍ତ ମୁରାରି ପ୍ରସାଦ ପଶାଏତ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ଦିଆଯାଇଥିଲା ।

କାର୍ଯ୍ୟକ୍ରମକୁ ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ଶରଧା ଗ୍ରାମର   ଶ୍ରୀଯୁକ୍ତ  ପ୍ରଫୁଲ୍ଲ ଭୋଇ ,ରମେଶ ଚନ୍ଦ୍ର ପଶାଏତ,ବୈଶାଖୁ  ପ୍ରଧାନ,ସୁବାସ ସାହୁ,ମଧୁସୁଦନ ଭୋଇ, ସୁଶାନ୍ତ ମିଶ୍ର ଆଦି ଯୁବଗୋଷ୍ଠୀ ପୂର୍ଣ୍ଣ ସହଯୋଗ କରିଥିଲେ । ଶ୍ରୀଯୁକ୍ତ ଚୈତନ୍ୟ ବେହେରା ଙ୍କ ପୂର୍ଣ୍ଣ ପ୍ରାଣରେ ସହଯୋଗ ଆମ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଥିଲା ।


  ଶେଷରେ ସମସ୍ତଙ୍କୁ ସହୃଦୟ ନୂଆଁଖାଇର ଜୁହାର ଓ ଶୁଭକାମନା ସହ ଡାକ୍ତର ଭୋଇ କର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done